www.samajalive.in
Saturday, December 6, 2025
26.1 C
Bhubaneswar

ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋଳବନ୍ଧ ଠାରେ ଥିବା ଗୋପାଳପୁର ଆର୍ମି ଏଡି କଲେଜ ପରିସରର ଏକ କାଜୁ ଜଙ୍ଗଲରୁ ବୁଧବାର ରାତିରେ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ଏହାର ବ୍ୟବଛେଦ କରାଯାଇ ତଦନ୍ତ ଜାରି ରହିଛି। ମୃତଦେହଟି ଜଣେ ତାଲିମ ନେଉଥିବା  ଆର୍ମି ଯବାନଙ୍କର ହୋଇଥିବା ଜଣାପଡ଼ିଛି।

ଆର୍ମି ଏଡି କଲେଜର ଲେଫ୍ଟନାଣ୍ଟ କଳ୍ପନା ରଞ୍ଜିତ ଆର ନାୟଙ୍କ ଅଭିଯୋଗ ଅନୁଯାୟୀ, ତାମିଲନାଡୁ ମଦୁରାଇ ଜିଲ୍ଲା ଅନ୍ତର୍ଗତ ଟି କୁନାଥୁନ ଗ୍ରାମର କେ କାନନଙ୍କ ପୁଅ କେ ମଣି(୧୯) ଗତ ପାଞ୍ଚ ମାସ ତଳେ ସେନାରେ ନୂତନ ନିଯୁକ୍ତି ପାଇବା ପରେ ତାଲିମ ନେବା ନିମନ୍ତେ ଏଠାକୁ ଆସିଥିଲେ। ଏଥି ସହ ଅନ୍ୟ ତାଲିମ ପ୍ରାପ୍ତ ଯବାନଙ୍କ ସହ ମେସରେ ରହୁଥିଲେ। ଗତ ରବିବାର ଦିନ ଅପରାହ୍ନ ପରଠାରୁ ସେ ନିଖୋଜ ରହିଥିଲେ। ଗତ ବୁଧବାର ଦିନ ଅପରାହ୍ନ ସମୟରେ ଟ୍ରେନିଂ ବେସର ଅନୀତି ଦୂରରେ ରହିଥିବା ଏକ କାଜୁ ଜଂଗଲ ପରିସରରେ ଏକ ଯୁବକର ଶବ ଝୁଲୁଥିବା ନେଇ ଗୋପାଳପୁର ପୁଲିସ ଲିଖିତ ଭାବେ ଜଣାଇଥିଲେ। ଏନେଇ ଗୋପାଳପୁର ଥାନାରେ ୧୨/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଆଜି ମୃତଦେହ ଜବତ କରିବା ସହ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ବ୍ୟବଛେଦ କରାଯାଇ ଆର୍ମି ପକ୍ଷରୁ ଏକ ସ୍ବତନ୍ତ୍ର ଗାଡ଼ିରେ ମୃତ ଦେହକୁ ତାମିଲନାଡୁ ପଠାଇ ଦିଆଯାଇଛି। ଅନ୍ୟ ପଟେ ମୃତଦେହଟି କଳା ପଡ଼ିଯାଇଥିବା ଦେଖାଯାଇଛି। ମୃତଦେହ ବ୍ୟବଛେଦ ରିପୋର୍ଟ ମିଳିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories