www.samajalive.in
Sunday, December 7, 2025
26.1 C
Bhubaneswar

ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣ ଘଟଣା; ସ୍ବାମୀ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା

ଜଟଣୀ: ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା। ସେହି ଦୁଃଖକୁ ସହି ନପାରି ସୋମବାର ଆତ୍ମହତ୍ୟା କରିଛନ୍ତି ପତ୍ନୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଟଣୀ ଥାନା ନୂଆଗାଁ ଗାନ୍ଧିନଗରରେ। ମୃତ ମହିଳାଙ୍କ ନାଁ ସୌମ୍ୟାଶ୍ରୀ ଜେନା(୨୪) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଭୁବନେଶ୍ବର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଥିଲା। ହସ୍ପିଟାଲ ପରିସରରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଏକାଧିକ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ୪ ଗୁରୁତରଙ୍କ ମଧ୍ୟରୁ ଦିଲ୍ଲୀପ କୁମାର ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁରେ ମ୍ରିୟମାଣ ପତ୍ନୀ ସୌମ୍ୟାଶ୍ରୀଙ୍କୁ ତାଙ୍କ ବାପଘର ଲୋକେ ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ଗାନ୍ଧିନଗରସ୍ଥିତ ତାଙ୍କ ଘରକୁ ନେଇଯାଇଥିଲେ। ତେବେ ସୋମବାର ବାପଘରେ ସୌମ୍ୟାଶ୍ରୀ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ, ପ୍ରାୟ ଦୁଇ ବର୍ଷ ତଳେ ଦିଲ୍ଲୀପ ଓ ସୌମ୍ୟାଶ୍ରୀଙ୍କର ବିବାହ ହୋଇଥିଲା।

- Advertisement -

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories