www.samajalive.in
Tuesday, December 9, 2025
15.1 C
Bhubaneswar

ଜଟଣୀ ଏନଡିଆରସି ପ୍ରାଥମିକ ବିଦ୍ୟାଳୟରେ ଫଣି ପରଠୁ ବିଜୁଳି ନାହିଁ

ଜଟଣୀ : ଖୋର୍ଦ୍ଧାରୋଡ଼ ରେଳବାଇ ରେତଙ୍ଗ କଲୋନୀ ଏନଡ଼ିଆରସି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୧୪ ମାସ ହେଲା ବିଦ୍ୟୁତ ଲାଇନ ନାହିଁ। ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗକୁ ନେଇ ସେସୁ ଏବଂ ଖୋର୍ଦ୍ଧାରୋଡ଼ ରେଳବାଇ ବିଦ୍ୟୁତ ବିଭାଗ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏଥିପାଇଁ ପରସ୍ପରକୁ ଅଙ୍ଗୁଳି ନିର୍ଦେଶ କରୁଛନ୍ତି। ଅପର ପକ୍ଷରେ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର ନା ଖୋର୍ଦ୍ଧାରୋଡ଼ ରେଳବାଇ ବିଦ୍ୟୁତ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି।

ପ୍ରକାଶ ଯେ ୧୯୬୫ରେ ରେଳବାଇ ରେତଙ୍ଗ କଲୋନୀରେ ରେଳ କର୍ମଚାରୀ ମିଶି ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲେ। ଓଡ଼ିଆ ଓ ତେଲୁଗୁ ଏବଂ ବେଙ୍ଗଲୀ ତିନିଟି ଭାଷାରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଥିଲେ। ପ୍ରଥମ ପର୍ଯ୍ୟାୟରେ ରେଳ ପ୍ରଶାସନ ବିଦ୍ୟାଳୟ ଖୋଲିବା ପାଇଁ ଦୁଇଟି ରେଳବାଇ କ୍ୱାର୍ଟର୍ସ ବ୍ୟବସ୍ଥା କରିଥିଲେ। କିଛି ବର୍ଷ ପରେ ପ୍ରାଥମିକ ବିଦ୍ୟାଳୟକୁ ରାଜ୍ୟ ସରକାର ହାତକୁ ନେଇଥିଲେ। ରାଜ୍ୟ ସରକାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିଥିଲେ। ଖୋର୍ଦ୍ଧାରୋଡ଼ ରେଳ ପ୍ରଶାସନ ପକ୍ଷରୁ ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଣ ଏବଂ ଅନ୍ୟାନ ଭିତିଭୂମି ଦାୟିତ୍ୱ ନିର୍ବାହ କରାଯାଉଥିଲା। ଅଧିକ ଶ୍ରେଣୀଗୃହର ଆବଶ୍ୟକତା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ପରିସରରେ ଦୁଇବଖରା ବିଶିଷ୍ଟ ଶ୍ରେଣୀଗୃହ ନିର୍ମାଣ କରା ଯାଇଥିଲା। ବାତ୍ୟା ‘ଫଣି’ରେ ଏଠାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ରେତଙ୍ଗ କଲୋନୀରେ ଖୋର୍ଦ୍ଧାରୋଡ଼ ରେଳ ପ୍ରଶାସନ ବିଦ୍ୟୁତ ଲାଇନ ସଂଯୋଗ କରିଥିଲା। କିନ୍ତୁ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ କରିନଥିଲା। ଫଣି ଯିବାର ୧୪ ମାସ ହେଲାଣି। କିନ୍ତୁ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରାଯାଉନାହିଁ। କାର୍ଯ୍ୟାଳୟ ଏବଂ ଶ୍ରେଣୀଗୃହରେ ଲାଇଟ ଓ ଫ୍ୟାନ ନାହିଁ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ମିଶ୍ର କୁହନ୍ତି, ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ କରିବା ପାଇଁ ସେ ବାରମ୍ବାର ସେସୁ ଓ ରେଳବାଇ ବିଦ୍ୟୁତ ବିଭାଗକୁ ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ କେହି ଧରାଛୁଅାଁ ଦେଉନାହାନ୍ତି। ଆଜି ଆସ କାଲି ଆସ କହି ଦୌଡ଼ାଉଛନ୍ତି। ଜଟଣୀର ସେସୁ ଅଧିକାରୀ କୁହନ୍ତି,ରେଳବାଇ ଅଞ୍ଚଳରେ ବିଦ୍ୟୁତ ସଂଯୋଗ କରିବ ରେଳବାଇର କାମ। କେବଳ ଜିଲାପାଳ ଚାହିଁଲେ ବିଦ୍ୟୁତ ଲାଇନ ସଂଯୋଗ ସମ୍ଭବ ହେବ। ବିଦ୍ୟୁତ ସଂଯୋଗକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷୟିତ୍ରୀ ଚିନ୍ତାରେ ପଡ଼ିଥିବା ବେଳେ ଖୋର୍ଦ୍ଧାରୋଡ଼ ଡ଼ିଆରଏମ୍‍ ଏବଂ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ପୁରାତନ ଛାତ୍ରସଂସଦ ପକ୍ଷରୁ ବାସୁଦେବ ସେଠୀ ଅନୁରୋଧ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories