www.samajalive.in
Friday, December 5, 2025
20.1 C
Bhubaneswar

୫ ଜୁଲାଇରେ ଭୟଙ୍କର ସୁନାମୀ! ଚାଲିଯିବ ଅନେକ ଜୀବନ, ବାବ ଭେଙ୍ଗାଙ୍କ ଭବିଷ୍ୟବାଣୀ ହେବ କି ସତ୍ୟ

ସମାଜ ଡିଜିଟାଲ ଡେସ୍କ: ଜାପାନର ଲୋକମାନେ ବର୍ତ୍ତମାନ ଭୟର ବାତାବରଣରେ ଜୀବନ ଅତିବାହିତ କରୁଛନ୍ତି । ଜାପାନ ସରକାର, ପାଣିପାଗ ବିଭାଗ ଏବଂ ବୈଜ୍ଞାନିକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହାର କାରଣ ହେଉଛି ଜାପାନ ପାଇଁ କରାଯାଇଥିବା ଭବିଷ୍ୟବାଣୀ । ଏକ ରିପୋର୍ଟ ଅନୁଯାୟୀ, ଜାପାନର ଭବିଷ୍ୟବକ୍ତା ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି ଯେ ୫ଜୁଲାଇ ୨୦୨୫ରେ ଜାପାନରେ ଏକ ବଡ ଭୂମିକମ୍ପ ଆସିବାକୁ ଯାଉଛି । ତାଙ୍କ ପୁସ୍ତକ ‘ ଦ ଫ୍ୟୁଚର ଆଇ ସ’ରେ କରାଯାଇଥିବା ଭବିଷ୍ୟବାଣୀରେ କୁହାଯାଇଛି ଯେ ପ୍ରଶାନ୍ତ ମହାସାଗର ଉପକୂଳରେ ଏକ ଭୂମିକମ୍ପ ହେବ । ଯାହା ଫଳରେ ଭୟଙ୍କର ସୁନାମୀ ଆସିବ, ଏହା ୨୦୧୧ ସୁନାମୀ ଅପେକ୍ଷା ୩ଗୁଣ ଅଧିକ ଘାତକ ପ୍ରମାଣିତ ହୋଇପାରେ । ଏହି ବଡ ଭୂମିକମ୍ପର କାରଣ ସମୁଦ୍ର ତଳ ଭାଗରେ ଜ୍ୱାଳାମୁଖୀ ଉଦଗିରଣ ହୋଇପାରେ । ଯାହା ଜାପାନ, ତାଇୱାନ, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିପାରେ । ଜାପାନୀ ବାବା ଭେଙ୍ଗା ମଧ୍ୟ ଦାବି କରିଛନ୍ତି ଯେ ସେ ତାଙ୍କ ସ୍ୱପ୍ନରେ ସମୁଦ୍ରର ଭୟଙ୍କର ରୂପ ଏବଂ ମାଡି ଆସୁଥିବା ଜୁଆର ଓ ବିଶାଳକାୟ ଢେଉ ଦେଖିଛନ୍ତି । ଯାହାକି ବହୁତ ଭୟଙ୍କର ହୋଇ ଉପକୂଳକୁ ମାଡି ଆସିବ । ବାବାଙ୍କ ଏଭଳି ଭବିଷ୍ୟବାଣୀକୁ ଗମ୍ଭୀରତାର ସହ ନେଇ ଜାପାନ ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀ ବାବା ଭେଙ୍ଗା ଭବିଷ୍ୟବାଣୀକୁ ନେଇ ଏକ ଜରୁରୀ ବୈଠକ କରିଥିଲେ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାପାନ ଉପରେ ସାମାଜିକ ଏବଂ ଆର୍ଥିକ ପ୍ରଭାବ ପକାଇଛି, କିନ୍ତୁ ବୈଜ୍ଞାନିକମାନେ ଏହି ଭବିଷ୍ୟବାଣୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସେପଟେ ଜାପାନର ପାଣିପାଗ ବିଭାଗ ଏହାକୁ ନେଇ ଲୋକମାନେ ସତର୍କ ରହିବା ଉଚିତ ବୋଲି କହିଛି ।
ଅନ୍ୟପଟେ ଜାପାନର ଭୂମିକମ୍ପ ଗବେଷଣା କମିଟି ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ୯ ତୀବ୍ରତାର ଭୂମିକମ୍ପ ଏବଂ ଏକ ବିରାଟ ସୁନାମି ଆସିବା ନେଇ ମଧ୍ୟ ଚେତାବନୀ ଦେଇଛି । ଏହି ସୁନାମି ଫଳରେ ୩ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ଏବଂ ୨ ଟ୍ରିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ କ୍ଷତି ହୋଇପାରେ ।

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories