www.samajalive.in
Saturday, December 6, 2025
26.1 C
Bhubaneswar

ପାଞ୍ଚ ଦିନ ଧରି ଜାପାନରେ ପ୍ରବଳ ବର୍ଷା: ୧୦୦ ମୃତ

ଟୋକିଓ : ଦକ୍ଷିଣ ଏବଂ ପଶ୍ଚିମ ଜାପାନର ପାଞ୍ଚ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବର୍ଷା ଜନିତ ଦୁର୍ଘଟଣାରୁ ୧୦୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୫୮ ଜଣ ନିଖୋଜ ଅଛନ୍ତି। ମୁଷଳଧାରାରେ ବର୍ଷା ଲାଗି ରହିଥିବାରୁ ହ୍ୟଗୋ, ଓକାୟାମା, କ୍ୟୋଟୋ, ଜିଫୁ, ଫୁକ୍‍ଧଓକା, ନାଗାସାକି, ସାଗା, କୋଚି, ୟାମାଗୁଚି, ହିରୋସିମା ଏବଂ ଟୋଟ୍ରଟୋରି ଅଞ୍ଚଳରେ ପରିସ୍ଥିତି ଅଣାୟତ୍ତ ରହିଛି। ଲକ୍ଷାଧିକ ଲୋକ ଜଳଘେରରେ ରହିଥିବା ବେଳେ ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜର ସମସ୍ତ ବିଦେଶ ଗସ୍ତ ବାତିଲ କରିଦେଇଛନ୍ତି। ସେ ନିଜେ ଉଦ୍ଧାର ଅଭିଯାନ ଉପରେ ନଜର ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ୫୪୦୦୦ରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯାଇଛି। ଜାପାନର ପଶ୍ଚମ ପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନାଗାସାକି, ହିରୋସିମା ଏବଂ ସାଗାରେ ପରିବହନ ସେବା ବନ୍ଦ ହୋଇଯାଇଛି। ସଡ଼କ ଉପରେ ୩ରୁ ୪ ଫୁଟ୍‍ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ସମସ୍ତ ମେଟ୍ରୋ ଏବଂ ଅନ୍ୟ ଟ୍ରେନ୍‍ ସେବା ବନ୍ଦ କରିଦିଆଯାଇଛି। ବର୍ଷା ସାଙ୍ଗକୁ ପ୍ରବଳବେଗରେ ପବନ ବୋହୁଛି। ଏହା ଦେଶର ସବୁଠାରୁ ବଡ଼ ବର୍ଷା ଜନିତ ବିପର୍ଯ୍ୟୟ ବୋଲି ଦେଶର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଜନିତ ଦୁର୍ଘଟଣା ବଢୁଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories