www.samajalive.in
Sunday, December 14, 2025
14.1 C
Bhubaneswar

ଆମେରିକାର ବିଶିଷ୍ଟ ଓଡ଼ିଆ ଆୟୁର୍ବେଦ ଗବେଷକ ଅଭୟ ପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ନୂତନ ଓଡ଼ିଶା ଗଠନର ପ୍ରକୃତ ବିନ୍ଧାଣି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧସଭା ଆସନ୍ତା ଅପ୍ରେଲ ମାସ ୨୧ରେ ମହାସମାରୋହରେ ପାଳନ କରିବା ଉଦ୍ଦେଶ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟସ୍ତରୀୟ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ ସତ୍ୟନଗରସ୍ଥିତ ହୋଟେଲ ପାର୍କ ଏଭିନ୍ୟୁ ଠାରେ କମିଟିର ସଭାପତି ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବବର୍ଷ ମାନଙ୍କ ଭଳି ସମାଜରେ ଜୀବନବ୍ୟାପୀ ସାଧନା କରିଥିବା ସାହିତ୍ୟିକ, ସମାଜସେବୀ ଓ ସାମ୍ବାଦିକଙ୍କୁ ଚଳିତବର୍ଷ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ-୨୦୨୩ ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ବକ୍ତବ୍ୟ ରଖିଥିଲେ। କମିଟିର କୋଷାଧ୍ୟକ୍ଷ ବଦ୍ରୀନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ପରେ ଆମେରିକାରେ ଆୟୁର୍ବେଦ ଔଷଧକୁ ଦ୍ରୁତଗତିରେ ପ୍ରୟୋଗ କରୁଥିବା ଗବେଷକ ଅଭୟ କୁମାର ପତିଙ୍କୁ ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି ସମ୍ବର୍ଦ୍ଧିତ କରି ଏହା ଏକ ଅପୂର୍ବ ମିଳନ ବୋଲି କହିବା ସଙ୍ଗେ ସଙ୍ଗେ ଜାନକୀ ବାବୁଙ୍କ ଆୟୁର୍ବେଦ ପ୍ରୀତି ଓ ଏକାମ୍ର କାନନରେ ଔଷଧୀୟ ଚାରା ରୋପଣ କରିବାର ଉଦାହରଣ ଦେଇଥିଲେ। ଭୁବନେଶ୍ୱର ବାର୍ ଆସୋସିଏସନର ପୂର୍ବତନ ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସୌରେନ୍ଦ୍ର ମହାପାତ୍ର, ସୀତାବଲ୍ଲଭ ମହାପାତ୍ର, ପୂର୍ବତନ ଆଇଜି ଅରୁଣ କୁମାର ଉପାଧ୍ୟାୟ, କଂଗ୍ରେସ ନେତା ବିଶ୍ୱଜିତ ଦାସ, ମନୋରଞ୍ଜନ ଦାସ, ଚିନ୍ମୟ ଦାସ, ଆଲୋକ ମହାନ୍ତି, ମଧୁସ୍ମିତା ଆଚାର୍ଯ୍ୟ, ପଦ୍ମାକର ଗୁରୁ, ମନୋଜ ଲେଙ୍କା, ପ୍ରଫେସର ବୁଦ୍ଧଦେବ ମିଶ୍ର, ଓକିଲ ଶାନ୍ତନୁ କୁମାର ସାହୁ, ସନତ ଦାସ, ମହମ୍ମଦ ଇମଦାଦ, ପୁଷ୍ପରାଜ ପ୍ରଧାନ, ରାମ ନାରାୟଣ ମିଶ୍ର, ଜ୍ଞାନ ରଞ୍ଜନ ମଲ୍ଲିକ, ଡଃ ଶ୍ରୀକାନ୍ତ ମିଶ୍ର, ଶ୍ରୀମତୀ ନିବେଦିତା ଭଞ୍ଜ, ଶ୍ରୀମତୀ ଦେବଜାନୀ ରାୟ, ରସିକଚାନ୍ଦ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ୫ଜଣିଆ ଚୟନ କମିଟି ଗଠନ କରାଯାଇଛି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories