www.samajalive.in
Saturday, December 6, 2025
15.1 C
Bhubaneswar

ଫୁଟବଲ ପ୍ରଦାନ ସହ ପାଠପଢା ସହିତ ଖେଳକୁଦ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ :ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର : ଖେଳକୁଦ ମଣିଷଙ୍କୁ ସୁସ୍ଥ ସବଳ କରିଥାଏ । ଛାତ୍ର ଛାତ୍ରୀ ମାନେ ପାଠ ପଢା ସହିତ ଖେଳକୁଦ ପ୍ରତି ଧ୍ୟାନ ଦେଲେ ସେମାନେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହି ପାରିବେ । ଏବେକାର ଛାତ୍ର ଛାତ୍ରୀ ଖେଳକୁଦ ପ୍ରତି ଧ୍ୟାନ ନଦେବା ଦ୍ୱାରା ମାନସିକ ଓ ବୌଦ୍ଧିକ ସ୍ତରରେ ଦୁର୍ବଳ ହୋଇ ପଡୁଛନ୍ତି । ତେଣୁ ଫୁରସତ ସମୟରେ ଖେଳ ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସରକାର ଖେଳପ୍ରତି ବିଶେଷ ଧ୍ୟାନ ଦେଉଥିଲା ବେଳେ ଛାତ୍ରଛାତ୍ରୀ ଭଲ ଖେଳିଲେ ରାଜ୍ୟ ଓ ଦେଶରେ ନାଁ କରି ପାରିବେ, ସୁକିନ୍ଦା ଅଞ୍ଚଳରେ ଫୁଟବଲ ଖେଳ ବେଶ ଲୋକପ୍ରିୟ । ଏହି ଧାରାକୁ ଆମକୁ ଆଗକୁ ନେବାକୁ ପଡିବ ଓ ଫୁଟବଲ ଖେଳକୁ ଲୋକପ୍ରିୟ କରାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ଇଂ ଘଡାଇ । ଆଜି ସେ ମହାଗିରି ହାଇସ୍କୁଲ ଏବଂ ଗରାମିଆଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ ପ୍ରଦାନ କରିଛନ୍ତି। ନିତି ଦିନିଆ ଅଭ୍ୟାସ ସହ ଜିଲ୍ଲା ସ୍ତରରେ ଚାଲିଥିବା ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପିଲାମାନେ ମନ ଦେଇ ଅଭ୍ୟାସ କଲେ ଏଥିରେ ସଫଳ ହେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories