www.samajalive.in
Friday, December 5, 2025
26.1 C
Bhubaneswar

କୋରେଇ ଟ୍ରେନ ଦୁର୍ଘଟଣା ; ଜାରି ହେଲା ସହାୟତା ନମ୍ବର

ଯାଜପୁର : ଯାଜପୁର କୋରେଇରେ ସୋମବାର ବଡ ଧରଣର ଟ୍ରେନ ଦୁର୍ଘଟଣା ଘଟିଥିବା ଯାଇଥିବା ବେଳେ ଏଯାଏଁ ଏଥିରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି । ଏହାସହ ବର୍ତ୍ତମାନ ମଧ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଅନେକ ଅଧିକାରୀ ପହଞ୍ଚିଛନ୍ତି । ଏହାସହ ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ରେଲୱେ ପକ୍ଷରୁ ଜରୁରୀକାଳୀନ ସହାୟତା ନମ୍ବର ଜାରି କରାଯାଇଛି ।
କୋରେଇ ଷ୍ଟେସନ ସହାୟତା ନମ୍ବର – ୮୪୫୫୮୮୯୯୦୫

ଖୋର୍ଦ୍ଧା ରୋଡ୍‍ କଣ୍ଟ୍ରୋଲ ରୁମ୍‍ ନମ୍ବର ୦୬୭୪-୨୪୯୨୨୪୫

- Advertisement -

ଭୁବନେଶ୍ୱର ସହାୟତା ନମ୍ବର ୦୬୭୪- ୨୫୩୪୦୨୦ 

ସୂଚନା ଯୋଗ୍ୟ, ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ପ୍ରାୟ ୬ଟା ୪୦ମି ସମୟରେ ବୈତରଣୀ ରୋଡ ପଟୁ ଯାଜପୁର ରୋଡ ଆଡ଼କୁ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନ ହଠାତ ଲାଇନ ଚ୍ୟୁତ ହୋଇ ପ୍ଳାଟଫର୍ମ ଉପରକୁ ଚଢି ଯାଇଥିଲା । ପ୍ରାୟ ୨୦ଟି ବଗି ପ୍ଲାଟଫର୍ମ ଉପରକୁ ଚାଲି ଆସିଥିଲା । ଏହି ସମୟରେ ଟ୍ରେନକୁ ଅପେକ୍ଷା କରି ଛିଡ଼ା ହୋଇଥିବା କିଛି ଯାତ୍ରୀଙ୍କ ଉପରେ ଟ୍ରେନଟି ଚଢି ଯାଇଥିଲା । ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀ ଲୋକଙ୍କୁ ଉଦ୍ଧାର କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories