ଗୁଡଭେଲା : ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଖଡଙ୍ଗନଦୀ କୂଳରେ ଥିବା ବରଗଛ ମୂଳରେ ପ୍ରଥମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରି କମିଟିର ସଭାପତି ଭାବସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗମ୍ଭାରିଗୁଡା, ବିରାମୁଣ୍ଡା, ଘୁନା,ଗୁଡଭେଲା, ମୋହନଗିରି,ନୂଆପାଲି, ଖମନମୁଣ୍ଡା,ଖୁଣ୍ଡିଗୁରା ତଥା ଜାମୁଟ ପଞ୍ଚାୟତର ଭଦ୍ରବ୍ୟକ୍ତି ଯୋଗଦେଇ ଥିଲେ। କାର୍ଯ୍ୟକାରି କମିଟିର ଉପସଭାପତି ଭାଗବତ ନାହାକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଅନିରୁଦ୍ଧ ବେହେରା ଅତିଥି ପରିଚୟ କରିଥିବା ବେଳେ ସୁଳ ଖାଁ ମଞ୍ଚ ପରିଚାଳନା କରିଥିଲେ । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କିପରି ଶାନ୍ତି ପୂର୍ଣ୍ଣ ଭାବରେ କରାଯିବ ତାକୁ ନେଇ ଉପସ୍ଥିତ ଭଦ୍ରବ୍ୟକ୍ତି ନିଜ ନିଜ ମତ ପ୍ରକାଶ କରିଥିଲେ ।ଶେଷରେ ଗ୍ରାମ୍ୟ କମିଟିର ସଭାପତି କରମସିଂ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
Popular Categories



