ଯାଜପୁର: ଧର୍ମଶାଳା ବାଣିପୀଠ ଖେଳ ପଡିଆରେ ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷିତୀଶ କୁମାର ନାୟକଙ୍କ ନେତୃତ୍ୱରେ ଜୋନ୍ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଆଜି ଜୋନ ନଂ-୧୫ର ଟିମ୍-ଏ ଏବଂ ଟିମ୍-ବିକୁ ନେଇ ଧର୍ମଶାଳା ବାଣିପୀଠରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା। ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ବିଜୁ ଜନତା ଦଳର ସଭାପତି ତଥା ଜୋନ-୧୪ ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି, ଜୋନ ନଂ-୧୫ ଜିଲ୍ଲା ପରିଷଦ ସଭ୍ୟ ଭାଗ୍ୟଧର ସେଠୀ, ଜୋନ ନଂ-୧୩ ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା, ୧୫ନଂ ଜୋନ ସଂଯୋଜକ ଅମରେନ୍ଦ୍ର ରାୟ, ଛାତ୍ର ସଭାପତି ଜଗଦାନନ୍ଦ ରାଉତ, ଗାର୍ଲସ ୱିଙ୍ଗ ସଭାନେତ୍ରୀ କ୍ଷିରାବ୍ଧୀ ତନୟା ମଲ୍ଲିକ୍ ଯୋଗଦେଇଥିବା ବେଳେ ୧୫ନଂ ଜୋନର ସମସ୍ତ ସରପ, ସମିତି ସଭ୍ୟ/ସଭ୍ୟା, ବରିଷ୍ଠ ସଭାପତି ଉପସ୍ଥିତ ଥିଲେ।
Popular Categories



