www.samajalive.in
Saturday, December 6, 2025
15.1 C
Bhubaneswar

ସରକାରୀ ଯୋଜନାର କାର୍ଯ୍ୟାନ୍ବୟନ ତଦାରଖ କରିବେ କିନ୍ନର

ଯାଜପୁର: ଆଉ ସରକାରୀ ବାବୁ ନୁହେଁ ଏଣିକି କିନ୍ନରମାନେ ହେବେ ପରିବର୍ତ୍ତନର ବାର୍ତ୍ତାବହ। ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛି ଯାଜପୁର ଜିଲାପ୍ରଶାସନ। ସରକାରୀ ଯୋଜନାକୁ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଦିଗରେ କିନ୍ନରମାନଙ୍କ ସହଯୋଗ ଲୋଡି ସେମାନଙ୍କୁ ନୂତନ ପରିଚୟ ଦେଇଛି ଜିଲାପ୍ରଶାସନ। ଏହା ଫଳରେ କିନ୍ନରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ସହିତ ସରକାରୀ ଯୋଜନାକୁ ନିର୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।

ସରକାରୀ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ବେ ନିର୍ଦିଷ୍ଟ ଅବଧି ମଧ୍ୟରେ ଯୋଜନା ସରିପାରୁନି। ଫଳରେ ଆର୍ଥିକ ବର୍ଷରେ ଟଙ୍କା ଖର୍ଚ୍ଚ ନ ହୋଇ ଫେରିଯାଉଛି। ହିତାଧିକାରୀମାନଙ୍କ ଅଳସୁଆମି ହେଉ ଅବା ସରକାରୀ କର୍ମଚାରୀଙ୍କ ଅବହେଳା, ନିର୍ଦିଷ୍ଟ ସମୟସୀମା ମଧ୍ୟରେ ବିଜୁ ପକ୍କା ଘର ଯୋଜନା, ମୋ କୁଡିଆ ଓ ପାଇଖାନା ଭଳି ପ୍ରକଳ୍ପ ଶେଷ ହୋଇପାରୁନି। ଏହିସବୁ ପ୍ରକଳ୍ପ ସାରିବା ପାଇଁ କିନ୍ନରମାନଙ୍କ ସହଯୋଗ ଲୋଡ଼ିଛି ଜିଲାପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଛି ପ୍ରଶାସନ। କିନ୍ନରମାନେ ଘରକୁ ଘର ବୁଲି ହିତାଧିକାରୀଙ୍କୁ ପ୍ରକଳ୍ପ କାମକୁ ସାରିବା ପାଇଁ ପରାମର୍ଶ ଦେବେ।

- Advertisement -

ଆଜି(ଶୁକ୍ରବାର) ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲାପାଳ ଏହାକୁ ଉଦଘାଟନ କରିବା ସହିତ ଏହି ଯୋଜନାର ସଫଳତା କାମନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପାଖାପାଖି ୧୭ ହଜାର ଘର ଅସମ୍ପୂର୍ଣ୍ଣ ହୋଇ ରହିଛି ସେଥିପାଇଁ କିନ୍ନରମାନଙ୍କ ସହଯୋଗ ଲୋଡିଛି ପ୍ରଶାସନ। ଏହାକୁ ସଠିକ୍ ଭାବେ କାର୍ୟ୍ୟକାରୀ କଲେ ପ୍ରତ୍ୟେକ କିନ୍ନରଙ୍କୁ ପ୍ରୋତ୍ସାହନ ରାଶି ସହିତ ପକ୍କା ଘର ଯୋଗାଇ ଦେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ସମାଜରେ କିନ୍ନରମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଥିବା ବେଳେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିଥିବାରୁ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି କିନ୍ନର।

କିନ୍ନରମାନଙ୍କ ଏପରି କାର୍ଯ୍ୟକୁ ପ୍ରତ୍ୟେକ ବ୍ଲକର ବିଡିଓମାନେ ସହଯୋଗ କରିବେ ଏବଂ ପ୍ରଥମ ପର୍ଯ୍ୟାୟରେ କେବଳ କୋରେଇ ଏବଂ ରସୁଲପୁର ବ୍ଲକରେ ଏହା କାର୍ୟ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories