ବିଶାଖାପାଟନମ: ବିଶାଖାପାଟଣା ଟେଷ୍ଟରେ ଭାରତ ଅଲଆଉଟ୍ ହୋଇଛି। ଟିମ୍ ଇଣ୍ଡିଆ ପ୍ରଥମ ଇଂନିସରେ ସମସ୍ତ ୱିକେଟ୍ ହରାଇ ୩୯୬ ରନ୍ ହାସଲ କରିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ଯଶସ୍ୱୀ ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋତ୍ତମ ସ୍କୋର କରିଥିଲେ। ଜୟସ୍ବାଲ୍ଙ୍କ ବ୍ୟତୀତ କୌଣସି ବ୍ୟାଟର ୩୫ ରନ୍ ପାର୍ କରିପାରିନଥିଲେ। ସେପଟେ ଇଂଲଣ୍ଡ ପକ୍ଷରୁ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ , ଶୋଏବ ବସିର୍ ଓ ରେହମାନ୍ ଅହମ୍ମଦ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଏବଂ ହାର୍ଟଲିଙ୍କୁ ଗୋଟିଏ ୱିକେଟ୍ ମିଳିଛି।
ବିଶାଖାପାଟଣା ଟେଷ୍ଟରେ ଭାରତ ୩୯୬ରେ ଅଲଆଉଟ୍ : ସବୁ ବ୍ୟାଟର ବିଫଳ , ଏକା ଲଢିଲେ ଓପନ୍ର ଜୟସ୍ବାଲ୍
Popular Categories



