www.samajalive.in
Sunday, December 14, 2025
19.1 C
Bhubaneswar

ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ମିଆଁମାର ସୀମା ସ୍ଥିରତା ଉପରେ କଲେ ଆଲୋଚନା  

ନୂଆଦିଲ୍ଲୀ:  କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର  ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତଙ୍କୁ ଭେଟିବା ସହ  ମିଆଁମାର ସୀମା ସ୍ଥିରତା ଉପରେ ଆଲୋଚନା କରିଛନ୍ତି।  ଜୁଲି  ବିଶପ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଗତବର୍ଷ ଏପ୍ରିଲରେ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ମିଆଁମାରରେ ତାଙ୍କର ସ୍ୱତନ୍ତ୍ର ଦୂତ ଭାବରେ ଜୁଲି ବିଶପଙ୍କୁ ନିଯୁକ୍ତ କରିଥିଲେ।

କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କ ସହ ମିଆଁମାରରେ ଦ୍ରୁତ ଗତିରେ ବିକଶିତ ହେଉଥିବା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଦିଲ୍ଲୀରେ ମିଆଁମାର ଜାତିସଂଘର ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କୁ ଭେଟି ଖୁସି ହେଲି ବୋଲି ଜୟଶଙ୍କର ଟ୍ବିଯର ହ୍ୟାଣ୍ଡଲ୍ ‘ଏକ୍ସ’ ରେ ଲେଖିଛନ୍ତି। ଜାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ଦୂତ ଜୁଲି ବିଶପଙ୍କ ସହିତ “ଆମର ସୀମା ସ୍ଥିରତା, ଶରଣାର୍ଥୀ ପରିସ୍ଥିତି, ମିଆଁମାରରୁ ଆନ୍ତଃଦେଶୀୟ ଅପରାଧ ଏବଂ ଆର୍ଥିକ ସହାୟତା ପ୍ରଦାନ ବିଷୟରେ ଆଲୋଚନା ସହ ରାଜନୈତିକ ପରିସ୍ଥିତି ଉପରେ ମତ ବିନିମୟ ହୋଇଛି ବୋଲି ସେ କହିଛନ୍ତି।

- Advertisement -

ଫେବୃଆରୀ ୧, ୨୦୨୧ ରେ ସେନା କ୍ଷମତା ଦଖଲ କରିବା ପରଠାରୁ ମିଆଁମାରରେ ଗଣତନ୍ତ୍ର ପୁନରୁଦ୍ଧାର ଦାବି କରାଯାଇଛି।  ସେନା କ୍ଷମତା ଦଖଲ ପ୍ରତିବାଦରେ ସେଠାରେ ବ୍ୟାପକ ହିଂସାତ୍ମକ କାର୍ଯ୍ୟକଳାପ ଜାରି ରହିଛି।  ଭାରତ, ଚୀନ୍ ଏବଂ ବାଂଲାଦେଶ ସୀମାରେ ଥିବା ଅନେକ ପ୍ରମୁଖ ବାଣିଜ୍ୟିକ ସ୍ଥାନ ସେନା କବଜା କରିସାରିଛି।

ମିଆଁମାର ଭାରତର ପଡ଼ୋଶୀମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଏହା ଆତଙ୍କବାଦୀ ପ୍ରଭାବିତ ନାଗାଲାଣ୍ଡ ଏବଂ ମଣିପୁର ସମେତ ଉତ୍ତର-ପୂର୍ବାଞ୍ଚଳର ଅନେକ ରାଜ୍ୟ ସହିତ ୧,୬୪୦ କିଲୋମିଟର ଲମ୍ବା ସୀମା ଅଂଶୀଦାର କରେ। ମିଆଁମାରର ସୀମାନ୍ତ ଅଞ୍ଚଳରେ ହିଂସା ଏବଂ ଅସ୍ଥିରତାକୁ ଦୃଷ୍ଟିରେ ରଖି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନୁଆରୀରେ ସୀମାରେ ବାଡ଼ ଦେବା ପାଇଁ ଏକ ଯୋଜନା ରହିଥିବା ଘୋଷଣା କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories