କଟକ : ରୋଟାରୀ ଜିଲ୍ଲା ପ୍ରାନ୍ତପାଳ ଯଜ୍ଞାଶିଷ୍ ମହାପାତ୍ର କଟକ ରୋଟାରୀ କ୍ଲବ ପରିଦର୍ଶନରେ ଆସି ପ୍ରଥମେ ସିଡିଏ ସ୍ଥିତ ଯେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟଠାରେ ଆୟୋଜିତ ଜଳ ସେବା କେନ୍ଦ୍ର ଓ ନୂତନ ବାଷ୍ପ ପରିଛନ୍ନ ଯନ୍ତ୍ରକୁ ଉଦ୍ଘାଟନ କରିଥିଲେ। ସେଠାରେ କ୍ଲବ ଓ ଚକ୍ଷୁ ଚିକିତ୍ସାଳୟ ତରଫରୁ ପ୍ରାନ୍ତପାଳ ମହୋଦୟଙ୍କୁ ଉଚ୍ଚତ୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଚିକିତ୍ସାଳୟ ପରିଦର୍ଶନ ସମୟରେ ବିଭିନ୍ନ ରୋଗୀ ମାନଙ୍କୁ ଭେଟି ସେମାନଙ୍କୁ ସାନ୍ତ୍ଵନା ଦେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ପରେ ନରାଜ ସ୍ଥିତ ବୃଦ୍ଧାଶ୍ରମଠାରେ ବିଶ୍ଵ କଲ୍ୟାଣ ନିମନ୍ତେ ଏକ ଶାନ୍ତି ସ୍ତମ୍ଭ ସ୍ଥାପନା କରିଥିଲେ । କଟକ କ୍ଳବ୍ ଆନେକ୍ସ୍-୧ ଠାରେ ଆୟୋଜିତ ସାନ୍ଧ୍ୟ ସଭାରେ ପ୍ରାନ୍ତପାଳ ମୁଖ୍ୟ ଅତିଥି ଓ ରୋ ସୁଚିତ୍ରା ପ୍ରସାଦ, ଆସି ଷ୍ଟାଣ୍ଟ ଗର୍ଭନର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଏକ ହୁଇଲ ଚେୟାର, ସିଲେଇ ମେସିନ,ମୋମୋ ଷ୍ଟଲ୍, ଷ୍ଟିଲ ଆଲମିରା ,ଆକୁଆଗାର୍ଡ ଓ ପୁସ୍ତକ ଆଦି ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଇତ୍ୟାଦିଙ୍କୁ ପ୍ରଦାନ କରିଥିଲେ ।
ଏହି ଉପଲକ୍ଷେ କଟକ ରୋଟାରୀ କ୍ଳବ୍ ଦ୍ବାରା ଆୟୋଜିତ ସଭାରେ କଟକ ରୋଟାରୀ କ୍ଲବର ସଭାପତି ରୋ ଅକ୍ଷୟ କୁମାର ନାୟକ ସଭାପତିତ୍ବ କରିଥିଲେ। କ୍ଲବର ସମ୍ପାଦକ ଇଂ ଶୂନ୍ୟେଶ୍ୱର ସ୍ବାଇଁ ରୋଟାରୀ କ୍ଲବ କଟକର ବିଭିନ୍ନ ସ୍ଥାୟୀ ପ୍ରକଳ୍ପ ସମ୍ବନ୍ଧିୟ ବିବରଣୀ ଉପସ୍ଥାପନା କରିଥିଲେ। କ୍ଲବର ବରିଷ୍ଠ ସଭ୍ୟ ଦେବାଶିଷ ପଣ୍ଡା ଭିଜିଟ୍ଙି ରୋଟାରୀୟାନ୍ ଓ ଅତିଥି ମାନଙ୍କୁ, ଡଃ ଶୁଵାସିନୀ ଲେଙ୍କା ଆନ୍ ଓ ମହିଳା ଅତିଥିମାନଙ୍କୁ ଯଥାକ୍ରମେ ସ୍ବାଗତ କରିଥିଲେ। ପ୍ରଫେସର ପ୍ରଭାତ କୁମାର ମିଶ୍ର ରିପବ୍ଲିକ ଇଣ୍ଡିଆ ଓ ଭାରତର ରାଷ୍ଟ୍ରପତି ମହୋଦୟା , ବରିଷ୍ଠ ଆଇନଜୀବି ଏସ୍ ସୁଧାକର ରାଓ ରୋଟାରୀ ଇନ୍ଟରନେସନାଲ ଓ ତାର ସମ୍ମାନିୟା ସଭାପତିଙ୍କୁ ଯଥାକ୍ରମେ ସଭାରେ ସମ୍ମାନିତ କରିଥିଲେ । ବରିଷ୍ଠ ସଭ୍ୟ ପିଭି ବାଲକ୍ରିଷ୍ଣ ମୁଖ୍ୟ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ ।



