www.samajalive.in
Monday, December 15, 2025
26.1 C
Bhubaneswar

ଓଜନ ବୃଦ୍ଧି ପାଇଁ ଚିନ୍ତିତ କି? ପିଅନ୍ତୁ ଗୁଡ ଚା’..

ବର୍ତ୍ତମାନ ସମୟରେ ବଦଳୁଥିବା ଜୀବନଶୈଳୀ ଓ ଭୁଲ ଖାଦ୍ୟପେୟ ଓଜନ ବୃଦ୍ଧିର ମୁଖ୍ୟ କାରଣ। ଓଜନ ବୃଦ୍ଧି ପାଇବା ଫଳରେ ଗମ୍ଭୀର ରୋଗ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ସମୟ ପୂର୍ବରୁ ଓଜନ ନିୟନ୍ତ୍ରଣ ହେବା ନିତାନ୍ତ ଆବଶ୍ୟକ। ଶରୀରରେ ସବୁଠାରୁ ଅଧିକ ଫ୍ୟାଟ୍‌‌ ପେଟରେ ଜମା ହୋଇଥାଏ। ତେବେ କିଛି ଘରୋଇ ସହଜ ଉପାୟ ବିଷୟରେ ଜାଣନ୍ତୁ ଯାହା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଓଜନ ହ୍ରାସ ପାଇଁ ଗୁଡ ଚା’ ବେଶ ଲାଭଦାୟକ ହୋଇଥାଏ।
ଯେଉଁମାନେ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ,ସେମାନଙ୍କ ପାଇଁ ଗୁଡ ଚା’ ବେଶ ଲାଭଦାୟକ। ଗୁଡରେ ପୋଟାସିୟମ,କ୍ୟାଲସିୟମ,ଜିଙ୍କ ଭଳି ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ଖୁବ୍‌‌ ଉପକାରୀ। କେମିତି କରିବେ ପ୍ରସ୍ତୁତ..
ଗୁଡ – ୧ ଚାମଚ
ପାଣି – ୨କପ
ପାନମଧୁରୀ – ଅଳ୍ପ
ଏକ ଛୋଟ ଖଣ୍ଡ ଡାଲଚିନି
ଗୁଜୁରାତି – ୧ଟି
ଅଳ୍ପ ତୁଳସୀ ପତ୍ର
ଏକ ପାତ୍ରରେ ଗ୍ୟାସରେ ପାଣି ବସାଇ ଏହାକୁ ଉଷୁମ କରନ୍ତୁ। ଏଥିରେ ଗୁଡ, ଗୁଜୁରାତି, ତୁଳସୀ ପତ୍ର ପକାନ୍ତୁ। ଏହାକୁ କିଛି ସମୟ ଫୁଟାଇବା ପରେ ଛାଣି ଦିଅନ୍ତୁ। ଏହି ଚା’କୁ ଖରାବେଳର ଖାଦ୍ୟ ଖାଇବା ପରେ ପିଅନ୍ତୁ। ସନ୍ଧ୍ୟା ସମୟରେ ମଧ୍ୟ ପିଇ ପାରିବେ। ଏହା ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ।
ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ନିଜ ଡାଏଟରେ ଗୁଡ ଚା’ ନିଶ୍ଚୟ ସାମିଲ କରନ୍ତୁ। ଏଥିରେ ଥିବା ପୋଟାସିୟମ,ସୋଡିୟମ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ବେଶ ସହାୟକ ହୋଇଥାଏ।
ଏନିମିଆ ସମସ୍ୟା ଥିଲେ ମଧ୍ୟ ନିଜ ଡାଏଟରେ ଗୁଡ ଚା’ ନିଶ୍ଚୟ ସାମିଲ କରନ୍ତୁ। ଏଥିରେ ଥିବା ଆଇରନ ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ।
ପୋଷକ ତତ୍ତ୍ୱରେ ଭରପୁର ଗୁଡ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିଥାଏ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଜିଙ୍କ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ତତ୍ତ୍ୱ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories