www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କ୍ଷୀର ସହ ଗୁଡ ମିଶାଇ ପିଇବା

ପ୍ରତିଦିନ କ୍ଷୀର ସହ ଗୁଡ ମିଶାଇ ସେବନ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଗୁଡରେ ପ୍ରାକୃତିକ ମିଠା ଗୁଣ ରହିଛି। ଏହା ସ୍ବାସ୍ଥ୍ୟକୁ କୌଣସି କ୍ଷତି ପହଞ୍ଚାଇ ନଥାଏ। କ୍ଷୀର ଓ ଗୁଡରେ ପ୍ରୋଟିନ, କ୍ୟାଲସିୟମ, ଲାଟ୍ରିକ ଏସିଡ, ଆଇରନ ଓ ମିନେରାଲ୍ସ ରହିଛି। ଏହା ସ୍ବାସ୍ଥ୍ୟକୁ ଅନେକ ଲାଭ ପହଞ୍ଚାଇଥାଏ। ଏହାସହ ଶରୀରକୁ ଶକ୍ତି ଯୋଗାଇଥାଏ। ଏହା ବ୍ୟତୀତ ଗୁଡରେ ସୁକ୍ରୋଜ ଓ ଗ୍ଲୁକୋଜ ରହିଛି ଯାହା ଶରୀରରେ ଶର୍କରାର ମାତ୍ରାକୁ ବୃଦ୍ଧି ହେବାକୁ ଦେଇନଥାଏ। ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ। ଏପରି କ୍ଷେତ୍ରରେ କ୍ଷୀର ସହ ଗୁଡ ମିଶାଇ ପିଇବା ଶରୀର ପାଇଁ ଉତ୍ତମ ଅଟେ।

ଓଜନ ନିୟନ୍ତ୍ରିତ ରଖେ :

- Advertisement -

ଓଜନକୁ ନିୟନ୍ତ୍ରିତ ରଖିବ ପାଇଁ କ୍ଷୀର ସହ ଗୁଡ ପିଇବା ଏକ ଉତ୍ତମ ପଦକ୍ଷେପ ଅଟେ। କାରଣ ଏଥିରେ ପୋଟାସିୟମ ରହିଛି ଯାହା ଆପଣଙ୍କ ଶରୀରରେ ମେଟାବଲିଜ୍ମକୁ ସଠିକ ରଖେ। ଏହାସହ ଶରୀରରେ ଏଲେକ୍ଟ୍ରାଲାଇଟକୁ ମଧ୍ୟ ନିୟନ୍ତ୍ରିତ ରଖେ। କ୍ଷୀର ସହ ଗୁଡ ମିଶାଇ ପିଇବା ଦ୍ବାରା ଚର୍ବି ବୃଦ୍ଧି ହୋଇନଥାଏ ଫଳରେ ଓଜନ ନିୟନ୍ତ୍ରିତ ରହିଥାଏ।

ଚିନ୍ତା କମ୍‌ ହୋଇଥାଏ :

କ୍ଷୀର ଓ ଗୁଡରେ ଆଣ୍ଟି-ସ୍ଟେସ ଗୁଣ ରହିଛି। ଏହା ଆପଣଙ୍କ ଚିନ୍ତାକୁ କମ କରିଥାଏ। ଏହାସହ ଆପଣଙ୍କ ମାଂସପେଶୀୟକୁ ସୁସ୍ଥ ରଖିଥାଏ। ନିଦ୍ରା ଭଲ ଭାବେ ହୋଇଥାଏ।

ପାଚନ କ୍ରିୟା ସଠିକ କରେ :

କ୍ଷୀର ଓ ଗୁଡରେ ପ୍ରୋଟିନ, କ୍ୟାଲସିୟମ ଓ ଲାକ୍ଟିକ ଏସିଡ ରହିଛି। ଏହା ଆପଣଙ୍କ ହଜମ କ୍ରିୟାକୁ ସକ୍ରିୟା କରିଥାଏ। ଏହାସହ ପାଚନ ଶକ୍ତି ବଢାଇଥାଏ। ଏହାଦ୍ବାର ପେଟର କୌଣସି ସମସ୍ୟା ଦେଖା ଦେଇନଥାଏ।

ରକ୍ତ ପରିଷ୍କାର କରେ :

କ୍ଷୀର ଓ ଗୁଡରେ ଆଇରନ ସଠିକ ମାତ୍ରାରେ ରହିଛି। ଏହା ଶରୀରରେ ହିମଗ୍ଲୋବିନର ମାତ୍ରା ବୃଦ୍ଧି କରିଥାଏ। ଏହାଦ୍ବାରା ଏନିମିୟାର ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ। କ୍ଷୀର ସହ ଗୁଡ ମିଶାଇ ପିଇବା ଦ୍ବାରା ତାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତ ପରିଷ୍କାର କରିବାରେ ସହାୟକ ହୋଇଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories