www.samajalive.in
Monday, December 8, 2025
27.1 C
Bhubaneswar

‘ଅସାନି’ ପାଇଁ ଆନ୍ଧ୍ରରେ ପରୀକ୍ଷା ବାତିଲ୍‌

ଆନ୍ଧ୍ରପ୍ରଦେଶ: ବାତ୍ୟା ‘ଅସାନି’ ପାଇଁ ଆନ୍ଧ୍ରରେ ସ୍ଥଗିତ ରହିଲା ବୋର୍ଡ ଅଫ୍‌ ଇଣ୍ଟର ମିଡିଏଟ୍‌ ଏଜୁକେସନର ପରୀକ୍ଷା । ପ୍ରବଳ ବର୍ଷା ଓ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖାଯାଇଛି । ଆଜି ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇ ଆସନ୍ତା ୨୫ ତାରିଖକୁ ଘୁଞ୍ଚିଇ ଦିଆଯାଇଥିବା ସୂଚନା ଦିଆଯାଇଛି । ତାହା ସହ କୁହାଯାଇଛି କି ଆସନ୍ତାକାଲି ଠାରୁ ହେବାକୁ ଥିବା ସମସ୍ତ ପରୀକ୍ଷା ଅପରିବର୍ତ୍ତୀତ ରହିବ ।  ଯେଉଁ ସମୟରେ ପରୀକ୍ଷା ହେବାକୁ ନିଷ୍ପତ୍ତି ହୋଇଛି ସେହି ସମୟରେ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ବାତ୍ୟା ‘ଅସାନି’ ଆନ୍ଧ୍ରପ୍ରଦେଶ ମୁହାଁ ହୋଇଛି । ଘଣ୍ଟାକୁ ୧୨ କିମି ବେଗରେ ବାତ୍ୟା ‘ଅସାନି’ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories