ଶ୍ରୀମନ୍ଦିରରେ  ମହାପ୍ରସାଦ ବାହାରିବାରେ ବିଳମ୍ବ

0

ପୁରୀ: ସୋମବାରରେ ଶ୍ରୀମନ୍ଦିରେର ବିଭିନ୍ନ ନୀତି  ଅହେତୁକ ବିଳମ୍ବ ହେବାଯୋଗୁଁ ଠିକ୍‌ ସମୟରେ ମହା ପ୍ରସାଦ ବାହାରି ପାରି ନାହିଁ । ନୀତିରେ ପ୍ରାୟ ୪ ଘଣ୍ଟା ବିଳମ୍ବ ହୋଇଛି । ଏଥିପାଇଁ ରାତି ୧୦ ଟା ଯାଏଁ ଭୋଗ ମଣ୍ଡପ ବାହାରି ପାରି ନାହିଁ ।

ଏହାର ବିରୋଧରେ ଶତାଧିକ ସୁଆର ମହାସୁଆର ସେବକ ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ଧାରଣା ଦେଇଛନ୍ତି । ନୀତି ବିଳମ୍ବ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସୁଆର ମହାସୁଆର ନିଯୋଗ ଦାୟୀ କରିଛି । ମହାପ୍ରସାଦ ବାହିରି ପାରି ନ ଥିବାରୁ ଲକ୍ଷାଧିକ ଟଙ୍କାର ବରାଦି ମହାପ୍ରସାଦ ରୋଷ ଘରେ ରାତି ଦଶଟା ଯାଏଁ ରହିଥିବା ସୂଚନା ମିଳିଛି । ଭକ୍ତମାନେ ମହାପ୍ରସାଦ  ନ ପାଇ ପାରି ଅସନ୍ତୁଷ୍ଟ ହୋଇ ଫେରିଛନ୍ତି ।

Leave A Reply