କାଳିଆର ଚିକିତ୍ସା ପାଇଁ କଟକ ଆସିବେ ଏମ୍ସ ଚିକିତ୍ସକ

କଟକ : ଦିଲ୍ଲୀ ଏମ୍ସରୁ ଆସି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କ ମଧ୍ୟରୁ କାଳିଆର ଅବସ୍ଥା ଗୁରୁତର ହୋଇପଡ଼ିଛି। ଶନିବାର ସକାଳେ କାଳିଆର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ଏସ୍‍.ସି.ବି. ଡାକ୍ତରୀଦଳ ଏମ୍‍ସ୍‍ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରିଥିବା ଜଣାପଡ଼ିଛି । ସେମାନଙ୍କ ପରାମର୍ଶ ଅନୁଯାୟୀ କାଳିଆର ଚିକିତ୍ସା କରାଯାଉଛି। ତେବେ ମଧ୍ୟାହ୍ନରେ ସ୍ୱାସ୍ଥ୍ୟରେ
ସାମାନ୍ୟ ଉନ୍ନତି ଘଟିଥିବା ଏସ୍‍ସିବି ସୂତ୍ରରୁ ଜଣାପଡ଼ିଛି । ତାକୁ ଏବେ ମଧ୍ୟ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି।

କାଳିଆର ଚିକିତ୍ସାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‍ସ୍‍ ଚିକିତ୍ସକଙ୍କୁ ଏସ୍‍ସିବି ଅଣାଯିବା ଲାଗି ଚିଠି ଲେଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,ଗୁରୁବାର ରାତିରେ କାଳିଆର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା।

Comments are closed.