ସୁପ୍ରିମକୋର୍ଟରେ ପହଞ୍ଚିଲା ନାଗରିକତା ସଂଶୋଧନ ବିଲ୍, ମାମଲା ଦାୟର କଲା ଆଇୟୁଏମଏଲ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍-୨୦୧୯କୁ ସଂସଦରେ ମଞ୍ଜୁରୀ ମିଳିଛି। ଏହା ପରେ ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଯିବ। ଏହା ମଧ୍ୟରେ ଗୁରୁବାର ବିଲ୍କୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଛି। ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ୍(ଆଇୟୁଏମଏଲ) ପକ୍ଷରୁ ଏହି ପିଟିଶନ ଦାୟର ହୋଇଛି। ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ଧର୍ମ ଆଧାରରେ ନାଗରିକତା ଦିଆଯାଇ ପାରିବ ନାହିଁ। ଏହି ବିଲ୍କୁ ଅସମ୍ବିଧାନିକ ଦର୍ଶାଇ ଏହାକୁ ରଦ୍ଦ କରିବା ପାଇଁ କୋର୍ଟରେ ଦାବି କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ମୁସଲିମ ଲିଗ୍ ପକ୍ଷରୁ ମାମଲା ଲଢୁଛନ୍ତି।
ଅନ୍ୟପଟେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ବି ବିଲ୍ ବିରୋଧରେ ପିଟିଶନ ଦାଖଲ କରାଯାଇପାରେ। ମୁସଲିମ ଲିଗ୍ର ସାଂସଦ ପି.କେ. କୁହ୍ନାଲକୁଟି କହିଛନ୍ତି, ଆମେ ଗତ ବୁଧବାର ରାଜ୍ୟସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ୍ ବିରୋଧରେ ମାମଲା ରୁଜୁ କରିଛୁ। ଏହା ସମ୍ବିଧାନର ମୂଳ ସିଦ୍ଧାନ୍ତ ବିରୋଧୀ ଅଟେ। ମୁସଲିମ୍ ଲିଗ୍ କହିଛି, ସମ୍ବିଧାନର ମୌଳିକ ସ୍ତମ୍ଭଗୁଡ଼ିକୁ ନଷ୍ଟ କରାଯାଉଛି। ବେଆଇନ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କୁ କିପରି ନାଗରିକତା ପ୍ରଦାନ କରାଯାଇପାରିବ। ଏହା ଉପରେ ଏବେ ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେବେ।
Comments are closed.