www.samajalive.in
Saturday, December 6, 2025
19.1 C
Bhubaneswar

ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ବଦଳିକୁ ନେଇ ପାଟଣାରେ ତୀବ୍ର ଅସନ୍ତୋଷ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ଏଠାରେ କାର୍ୟ୍ୟରତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିତ୍ତରଂଜନ ନାୟକଙ୍କୁ ତାଙ୍କର ପୂର୍ବଜାଗା ଠାକୁରମୁଣ୍ଡାକୁ ବଦଳି କରିଦିଆଯିବା ଘଟଣାକୁ ନେଇ ପାଟଣା ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ପାଟଣାର ବୁଦ୍ଧିଜୀବିମାନଙ୍କ ପକ୍ଷରୁ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପାଟଣା ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ଡାକ୍ତର ନାୟକଙ୍କ ବଦଳିକୁ ବାତିଲ କରାଯିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ପଦ ଖାଲି ପଡିଥିବା ସହ ଶିଶୁରୋଗ ବିଶେଷଜ୍ଞ ପଦବୀ ଆଦି ଖାଲି ପଡିଛି। ପାଟଣା, ଘଟଗାଁ, ସାହାରପଡା ବ୍ଲକ ଅଞ୍ଚଳର ଲକ୍ଷାଧିକ ଲୋକ ପାଟଣା ଡାକ୍ତରଖାନା ଉପରେ ନିର୍ଭରଶୀଳ ଥିବା ବେଳେ ଏଠାରେ ଶବ ବ୍ୟବଛେଦ କେନ୍ଦ୍ର ଥିବାରୁ ବହୁ ଶବ ମଧ୍ୟ ବ୍ୟବଛେଦ ପାଇଁ ଆସିଥାଏ। ଏପରିକି ଢେଙ୍କିକୋଟ-କରଞ୍ଜିଆ ରାସ୍ତା, ପାଟଣା-କନ୍ଦେଇପଶି ରାସ୍ତା, ପାଟଣା-ଡୁମୁରିଆ ରାସ୍ତା ଓ ଏହି ସବୁ ଅଞ୍ଚଳର ଗ୍ରାମ୍ୟ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ମଧ୍ୟ ପାଟଣା ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ଡାକ୍ତର ଚିତ୍ତରଞ୍ଜନ ନାଏକ ଏଠାରେ ଯୋଗଦାନ କରିବା ପରେ ନିସ୍ୱାର୍ଥପର ଭାବେ ଦିବାରାତ୍ର ସେବା ଯୋଗାଇ ଆସୁଥିବା ବେଳେ ଅଞ୍ଚଳବାସୀ ତାଙ୍କର ବଦଳିକୁ ସହଜରେ ଗ୍ରହଣ କରି ପାରୁ ନ ଥିବାରୁ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories