www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ସରକାରଙ୍କର ଆଠଗଡ-ତିଗିରିଆବାସୀଙ୍କୁ ନୂଆବର୍ଷ ଭେଟି, ୩୩୨.୬୫କୋଟି ଟଙ୍କାର ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର

ଆଠଗଡ: ଆଠଗଡ ଓ ତିଗିରିଆ ବ୍ଲକ ପାଇଁ ୩୩୨.୬୫କୋଟି ଟଙ୍କାର ଦୁଇଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡିଛି। ଆଠଗଡ ଓ ତିଗିରିଆ ବ୍ଲକର ପ୍ରତ୍ୟେକ ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଉଭୟ ବ୍ଲକରେ ୨ଟି ବୃହତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁ ଆଠଗଡ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଅନୁରୋଧ ରକ୍ଷା କରି ଆଠଗଡ ବ୍ଲକ ପାଇଁ ୨୫୦.୮୯କୋଟି ଟଙ୍କା ଏବଂ ତିଗିରିଆ ବ୍ଲକ ପାଇଁ ୮୧.୭୬ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିବା ୨ଟି ବୃହତ ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ ସରକାର ଗତ ଡିସେମ୍ବର ୨୯ତାରିଖରେ ମଞ୍ଜୁରୀ ଦେଇଥିବା ଜଣାପଡିଛି।

ଏହି ୨ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଠଗଡ ଓ ତିଗିରିଆ ବ୍ଲକର ପ୍ରତ୍ୟେକ ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ଯୋଗଣ ହୋଇପାରିବ ଏବଂ ଏହା ରାଜ୍ୟ ସରକାରଙ୍କର ଆଠଗଡ ଓ ତିଗିରିଆବାସୀଙ୍କୁ ନୂଆବର୍ଷର ଉପହାର ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ୨ଟି ଯାକ ପ୍ରକଳ୍ପ ଦ୍ୱାରା ମହାନଦୀରୁ ଜଳ ଉତ୍ତୋଳନ ପରେ ବିଶୋଧନ କରାଯାଇ ପାଇପ ଯୋଗେ ପ୍ରତ୍ୟେକ ଗାଁକୁ ଜଳ ଯୋଗାଣ ହେବ। ଆଠଗଡ ବ୍ଲକର ୩୪ଟି ପଞ୍ଚାୟତର ୧୮୬ଟି ଗ୍ରାମକୁ ଏବଂ ତିଗିରିଆ ବ୍ଲକ ଅନ୍ତର୍ଗତ ୧୪ଟି ପଞ୍ଚାୟତର ୪୮ଟି ଗ୍ରାମକୁ ପାଇପ ଯୋଗେ ଜଳ ଯୋଗଣ କରାଯିବା ସହ ପ୍ରତ୍ୟେକ ଗ୍ରାମରେ ସୁଉଚ୍ଚ ପାଣିଟାଙ୍କି ନିର୍ମାଣ କରାଯାଇ ପ୍ରତ୍ୟେକ ଘରକୁ ଜଳ ଯୋଗାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ।

- Advertisement -

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଆଠଗଡ ଓ ତିଗିରିଆ ବ୍ଲକର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ସବୁଦିନ ପାଇଁ ଦୂର ହେବ ବୋଲି ମନ୍ତ୍ରୀ କହିଥିଲେ। ଆଠଗଡର କନ୍ଦରପୁରଠାରେ ମହାନଦୀରୁ ଜଳ ଉତ୍ତୋଳନ ପାଇଁ ପମ୍ପହାଉସ ନିର୍ମାଣ ସହିତ ସେଠାରେ ଏକ ବିଶୋଧନାଗାର ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ରହିଛି। ତତ୍ସହିତ ଜଳଯୋଗଣ ପାଇଁ ପାଇପ୍ ବିଛା ସମୟରେ ଆବଶ୍ୟକସ୍ଥଳେ ଜମି ଅଧିଗ୍ରହଣ ପାଇଁ ମଧ୍ୟ ଏହି ପ୍ରକଳ୍ପରେ ଅର୍ଥ ବ୍ୟବସ୍ଥା ରହିଛି। ଖୁବ୍ଶୀଘ୍ର ଆଠଗଡ ଓ ତିଗିରିଆ ବ୍ଲକରେ ପ୍ରତିଷ୍ଠା ହେବାକୁ ଥିବା ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ଟେଣ୍ଡର କରାଯିବ ଏବଂ କାର୍ଯ୍ୟାଦେଶ ଦିଆଯିବାର ୨ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷକରି ଜଳ ଯୋଗାଣ କରାଯିବାର ଲକ୍ଷ୍ୟ ରହିଥିବା ଆଠଗଡ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଓ ସହକାରୀ ନିର୍ବାହୀ ଯନ୍ତ୍ରୀ କାଳୁଚରଣ ବେହେରା ପ୍ରକାଶ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories