www.samajalive.in
Saturday, December 6, 2025
14.1 C
Bhubaneswar

ନୂତନ ବର୍ଷର ପ୍ରଥମ ମିଶନ୍ ସଫଳ, ମହାକାଶକୁ ଗଲା ଭଗବତ ଗୀତା ସହ ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚଳିତ ବର୍ଷର ପ୍ରଥମ ମିଶନରେ ସଫଳତା ହାସଲ କରିଛି। ରବିବାର ସକାଳ ୧୦.୨୪ ସମୟରେ ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୧କୁ ଉତକ୍ଷେପଣ କରିଛି। ପିଏସଏଲଭି-ସି୫୧ ଆମାଜୋନିଆ-୧ ଏବଂ ଅନ୍ୟ ୧୮ଟି ସାଟେଲାଇଟକୁ ନେଇ ମହାକାଶକୁ ଯାଇଛି।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପିଏସଏଲଭି-ସି୫୧ ରକେଟ୍‍ ସାହାଯ୍ୟରେ ବ୍ରାଜିଲର ଆମାଜୋନିଆ-୧ ଉପଗ୍ରହ ସହ ୧୮ ଅନ୍ୟ ଉପଗ୍ରହ ମହାକାଶକୁ ପଠାଯାଇଛି। ବିଶେଷ କଥା ହେଉଛି, ଇସ୍ରୋ ଏଥର ସାଟେଲାଇଟ୍‍ ବ୍ୟତୀତ ଭଗବତ ଗୀତାର ଏକ ଇଲେକ୍ଟ୍ରୋନିକ୍‍ କପି ମଧ୍ୟ ମହାକାଶକୁ ପଠାଇଛି।

- Advertisement -

ଆମାଜୋନିଆ-୧କୁ ସଫଳତାର ସହ ତା’ର କକ୍ଷ ପଥରେ ସ୍ଥାପିତ କରାଯାଇଛି। ଇସ୍ରୋ ଅନୁଯାୟୀ, ଆମାଜୋନିଆ-୧ ଆମାଜନ ଅଞ୍ଚଳରେ ଜଙ୍ଗଲ କାଟ୍‌ ଉପରେ ନଜର ରଖିବା ଏବଂ ବ୍ରାଜିଲ ପାଇଁ ବିଭିନ୍ନ କୃଷି କାର୍ୟ୍ୟର ବିଶ୍ଳେଷଣ ପାଇଁ ବ୍ୟବହାରକାରୀଙ୍କୁ ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରିବ। ଏହାସହିତ ପ୍ରଚଳିତ ବ୍ୟବସ୍ଥାକୁ ଆହୁରି ମଜଭୂତ କରିବ।

ଏହି ଉପଗ୍ରହମାନଙ୍କ ମଧ୍ୟରେ ଚେନ୍ନଇର ସ୍ପେସ୍ କିଡ୍‌ଜ ଇଣ୍ଡିଆ(ଏସକେଆଇ)ର ଉପଗ୍ରହ ମଧ୍ୟ ସାମିଲ ଅଛି। ଏହି ମହାକାଶ ଯାନର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଛି। ସ୍ପେସ୍ କିଡ୍‌ଜ ଇଣ୍ଡିଆ ଏକ ଏସ୍‌ଡି କାର୍ଡ଼ରେ ଭଗବତ ଗୀତାର ଇଲେକ୍ଟ୍ରୋନିକ କପିକୁ ଯାନରେ ରଖିଛି, ଯାହାକୁ ମହାକାଶକୁ ପଠାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories