www.samajalive.in
Saturday, December 6, 2025
14.1 C
Bhubaneswar

ନାଗରିକଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ; ହ୍ୟାଣ୍ଡସେକ୍‌ ବଦଳରେ ‘ନମସ୍ତେ’କୁ ଗ୍ରହଣ କର

ଜେରୁଜେଲମ: ବିଶ୍ଵର ଅଧିକାଂଶ ଦେଶରେ ଲୋକେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ‘ହ୍ୟାଣ୍ଡସେକ୍‌’ କରନ୍ତି। କେତେକ ଦେଶରେ ଆଲିଙ୍ଗନ ମଧ୍ୟ କରନ୍ତି। କିନ୍ତୁ ଏବେ ଇସ୍ରାଏଲରେ ନାଗରିକମାନଙ୍କୁ ହ୍ୟାଣ୍ଡସେକ୍‌ କରିବା ବଦଳରେ ଭାରତୀୟଙ୍କ ପରି ‘ନମସ୍ତେ’ ଢାଞ୍ଚା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପରାମର୍ଶ ଦେଇଛନ୍ତି। ଦେଶରେ କରୋନା ଭୂତାଣୁର ମୁକାବିଲା ଦିଗରେ ପଦକ୍ଷେପ ସ୍ବରୂପ ନେତନ୍ୟାହୁ ଏହି ପଦକ୍ଷେପ ନେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ନେତନ୍ୟାହୁ କହିଛନ୍ତି, କରୋନା ଭୂତାଣୁକୁ ରୋକିବା ଲାଗି ଅନ୍ୟ କେତେକ ପ୍ରତିଷେଧମୂଳକ ପଦକ୍ଷେପ ଉପରେ ମଧ୍ୟ ଘୋଷଣା କରାଯିବ। ଦୈନନ୍ଦିତ ଜୀବନରେ ଲୋକମାନେ ପରସ୍ପର ସହିତ ହ୍ୟାଣ୍ଡସେକ୍‌ କରୁଥିବାରୁ ଏଥିରୁ ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଭାରତୀୟମାନେ କିପରି ‘ନମସ୍ତେ’ କରନ୍ତି ତାହା ମଧ୍ୟ ନେତନ୍ୟାହୁ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶନ କରିବା ସହିତ ଏହାକୁ ଅନୁସରଣ କରିବାକୁ କହିଥିଲେ। ଆମକୁ ଆହୁରି ଅନେକ କଠିନ ପଦକ୍ଷେପ ନେବାକୁ ହେବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories