www.samajalive.in
Friday, December 5, 2025
17.1 C
Bhubaneswar

କାହିଁକି ହେଲା ଯୁଦ୍ଧ: କଣ ସେହି ପରମାଣୁ ଚୁକ୍ତି? ଯାହା ପାଇଁ ଉଭୟ ଦେଶ ପରସ୍ପରର ଘୋର ଶତ୍ରୁ ହୋଇଗଲେ

ସମାଜ ଡିଜିଟାଲ ଡେସ୍କ: ଇରାନ ଓ ଇସ୍ରାଏଲ ମଧ୍ୟରେ ଘାମାଘୋଟ ଯୁଦ୍ଧ ଲାଗି ରହିଛି । ଉଭୟ ଦେଶ ପରସ୍ପର ବିରୋଧରେ ସେନା ଅପରେସନ ଆରମ୍ଭ କରିଛନ୍ତି । ପରସ୍ପର ଉପରେ ଏୟାରଷ୍ଟ୍ରାଇକ ଦ୍ୱାରା ଆକ୍ରମଣ କରୁଛନ୍ତି । ଇରାନର ରାଜଧାନୀ ତେହରାନ, ପରମାଣୁ ଏବଂ ସାମରିକ ଘାଟିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍‍ କରିଛି ଇସ୍ରାଏଲ । ସେପଟେ ଇରାନ ଇସ୍ରାଏଲର ରାଜଧାନୀ ତେଲ ଅଭିଭ ସହିତ ଜେରୁସେଲମ ଏବଂ ଗୋଲାନ ଉପରେ ବାଲାଷ୍ଟିକ୍‍ କ୍ଷେପଣାସ୍ତ୍ର ମାଡ କରି ବିନାଶ ଘଟାଇଛି । ଇରାନର ଆକ୍ରମଣରେ ଇସ୍ରାଏଲରେ ଅନେକ ଜୀବନ ଓ ଧନ ସମ୍ପତ୍ତି କ୍ଷତି ହୋଇଛି । ଇସ୍ରାଏଲର ଆକ୍ରମଣରେ ଇରାନର ପରମାଣୁ ବୈଜ୍ଞାନିକ ଏବଂ ଶୀର୍ଷ ସେନା କମାଣ୍ଡର ମଧ୍ୟ ପ୍ରାଣ ହରାଇଛନ୍ତି । କିନ୍ତୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଏପରି କାହିଁକି ହେଲା? ସେହି ପରମାଣୁ ଚୁକ୍ତି କଣ, ଯାହା ଯୋଗୁଁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଏକ ଭୟଙ୍କର ଶତ୍ରୁତା ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା . . .

ଇରାନ ପରମାଣୁ ଅସ୍ତ୍ର ତିଆରି କରୁ ତାହା ଇସ୍ରାଏଲ କେବେ ବି ଚାହୁଁନାହିଁ । ଇରାନ କିନ୍ତୁ ପରମାଣୁ ପ୍ରସ୍ତୁତ କରିବା କାର୍ଯ୍ୟକ୍ରମ ଜାରି ରଖିଛି । ହେଲେ ଇରାନ ବାରମ୍ବାର ଦାବି କରିଛି ଯେ ସେ ବିଦ୍ୟୁତ ଉତ୍ପାଦନ ପାଇଁ ପରମାଣୁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛି । ପରମାଣୁ ପ୍ରଯୁକ୍ତିବିଦ୍ୟା ଚିକିତ୍ସା ବିଜ୍ଞାନରେ ମଧ୍ୟ ବହୁତ ପ୍ରଭାବଶାଳୀ । କିନ୍ତୁ ଇସ୍ରାଏଲ ଭୟ କରୁଛି ଯେ ଯଦି ଇରାନ ପରମାଣୁ ଅସ୍ତ୍ର ତିଆରି କରେ, ତେବେ ସେ ଏହାର ଅପବ୍ୟବହାର କରିବ । ଯାହାକି ସମଗ୍ର ବିଶ୍ୱ ପାଇଁ ବିପଦ ପାଲଟିବ । ତେଣୁ ଇସ୍ରାଏଲ ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଛି ।

- Advertisement -

ସୂଚନା ଅନୁସାରେ ଇରାନର ଦୁଇଟି ସବୁଠାରୁ ବଡ ପରମାଣୁ ପ୍ଲାଣ୍ଟ ନତାଞ୍ଜ ଏବଂ ଫୋର୍ଡୋ ଅଞ୍ଚଳରେ ରହିଛି । ଏହି ଦୁଇଟି ପ୍ଳାଣ୍ଟରେ ସେଣ୍ଟ୍ରିଫ୍ୟୁଜ୍‍ ନାମକ ଏକ ମେସିନରେ ରେଡିଓଏକ୍ଟିଭ୍‍ ସାମଗ୍ରୀ ୟୁରାନିୟମ ପୁନଃଚକ୍ରଣ କରି ପରମାଣୁ ବୋମା ତିଆରି କରାଯାଉଛି । ଜୁଲାଇ ୨୦୧୫ ପର୍ଯ୍ୟନ୍ତ ଏହି ଦୁଇଟି ପ୍ଲାଣ୍ଟରେ ୨୦୦୦ ମେସିନ୍‍ ସ୍ଥାପିତ ହୋଇଥିଲା । ଇରାନର ପରମାଣୁ ପ୍ରସ୍ତୁତ କଥା ଜଣାପଡିବା ପରେ ଆମରେିକା ଏବଂ ଜାତିସଂଘ ଏହା ଉପରେ କଠୋର କଟକଣା ଲଗାଇଥିଲେ । ଏହା ଯୋଗୁଁ ଇରାନ ତେଲ ଆମଦାନୀ-ରପ୍ତାନୀରେ କ୍ଷତି ସହିଥିଲା । ତେଲ ଆମଦାନୀ-ରପ୍ତାନୀ ବନ୍ଦ ହେବା ଯୋଗୁଁ ଇରାନ ଅର୍ଥନୀତି ପ୍ରଭାବିତ ହୋଇଥିଲା । କଟକଣା ହଟାଇବା ପାଇଁ ଆମେରିକା ସହିତ କଥାବର୍ତ୍ତା କରିଥିଲା ଇରାନ ।

୨୦୧୫ ମସିହାରେ ଆମେରିକା ବ୍ରିଟେନ, ଫ୍ରାନ୍ସ, ଚୀନ, ରୁଷ ଏବଂ ଜର୍ମାନୀ ସହିତ ଜେସିପିଓଏ ନାମକ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା । ଏହି ଚୁକ୍ତିର ଉଦ୍ଦେଶ୍ୟ ଥିଲା ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରୁ ରୋକିବା । ଏହି ଚୁକ୍ତିି ପରେ ଆମେରିକା ଇରାନ ଉପରେ ତେଲ ଆମଦାନୀ-ରପ୍ତାନୀ ଏବଂ ବାଣିଜ୍ୟ ସହିତ ଜଡିତ ସମସ୍ତ ପ୍ରକାରର କଟକଣା ହଟାଇ ଦେଇଥିଲା । କିନ୍ତୁ ଏହି ଆଶ୍ୱସ୍ତି ବଦଳରେ ଇରାନକୁ ତାର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡିଲା । ହେଲେ ବର୍ତ୍ତମାନ ଇରାନ ଏହି ଚୁକ୍ତିକୁ ଉଲ୍ଲଘଂନ କରୁଛି ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories