www.samajalive.in
Saturday, December 6, 2025
16.1 C
Bhubaneswar

ଇସ୍ରାଏଲ-ହମାସ ଯୁଦ୍ଧ ; ଇସ୍ରାଏଲର ଆକ୍ରମଣରେ ୪୫ ମୃତ, ମୃତକଙ୍କ ମଧ୍ୟରେ ରହିଛି ୧୭ ଦିନର ନୀରିହ ଶିଶୁ

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗାଜା ପଟ୍ଟୀରେ ଇସ୍ରାଏଲର ଆକ୍ରମଣରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି।
ଇସ୍ରାଏଲ ମଙ୍ଗଳବାର ଦିନ ଦକ୍ଷିଣ ଗାଜାର ସହରଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରି ଏଥିରେ ୪୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଚେତାବନୀ ଦେଇଛନ୍ତି, ଗାଜାର ଦକ୍ଷିଣରେ ଏହି ଅଭିଯାନ ଜାରି ରହିବ। ଦକ୍ଷିଣ ସହର ରାଫାର ଡାକ୍ତରଖାନାରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ଗୋଟିଏ ପିଲା ମାତ୍ର ଦୁଇ ସପ୍ତାହ ହୋଇଥିଲା ଏବଂ ଯାହାର ନାମ ଏପର୍ୟ୍ୟନ୍ତ ପଞ୍ଜୀକୃତ ହୋଇନଥିଲା ବୋଲି ପିଲାମାନଙ୍କର ଜେଜେମା କହିଛନ୍ତି। କାନ୍ଦି କାନ୍ଦି ସେ କହିଛନ୍ତି, ଏହି ପିଲାମାନଙ୍କୁ ହତ୍ୟା କରି ସେମାନେ କ’ଣ ହାସଲ କରିବେ ମୁଁ ବୁଝି ପାରୁ ନାହିଁ।
ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗାଜା ସ୍ଥିତ ଆତଙ୍କୀ ସମୂହ ହମାସ ଦ୍ୱାରା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ୫ ହଜାର ରକେଟ୍‌‌ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏଥିରେ ଅନେକ ଇସ୍ରାଏଲ ନାଗରିକଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ହମାସର ଆତଙ୍କୀ ଇସ୍ରାଏଲ ସହରରେ ପ୍ରବେଶ କରିଥିଲେ। ଏହାସହ ଗାଜାରେ ଥିବା ହମାସର ଠିକଣା ମାନଙ୍କରେ ଇସ୍ରାଏଲ ସେନା ଦ୍ୱାରା ଲଗାତାର ଆକ୍ରମଣ କରାଯାଇଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories