www.samajalive.in
Monday, December 15, 2025
26.1 C
Bhubaneswar

ସାମରିକ ଘାଟୀ ଖାଲି କରିବାକୁ ଇରାନକୁ ଚେତାବନୀ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ୍ ଶନିବାର ବିଳମ୍ବିତ ରାତିରେ ପୁଣି ପରସ୍ପରକୁ ମିଜାଇଲ ମାଡ କରିଛନ୍ତି । ଉଭୟ ଦେଶ ମଧ୍ୟରେ ୩ ଦିନ ଧରି ସଂଘର୍ଷ ଜାରି ରହିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଇରାନ ମିଲିଟ୍ରି ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟ୍ରି ଓ ଆଖପାଖରେ ରହୁଥିବା ନାଗରିକଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇଛି ।

ଗତ ୩ ଦିନରେ ଇସ୍ରାଏଲ ଆକ୍ରମଣରେ ଇରାନରେ ୧୩୮ ଲୋକ ପ୍ରାଣ ହରାଇଛନ୍ତି । ଏଥିରେ ୯ ନ୍ୟୁକ୍ଲିୟର ବୈଜ୍ଞାନିକ ଓ ୨୦ରୁ ଅଧିକ କମାଣ୍ଡର ସାମିଲ । ତେବେ ୩୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇରାନର ରାଜଧାନୀ ତେହରାନ ସମେତ ୭ ରାଜ୍ୟରେ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ୍ କରିଦିଆଯାଇଛି ।

- Advertisement -

ଇରାନର ପାଲଟା ଆକ୍ରମଣରେ ଇସ୍ରାଏଲର ୧୫୦ ସ୍ଥାନରେ ମିସାଇଲ ମାଡ ହୋଇଛି । ଏଥିରେ ୧୩ ଇସ୍ରାଏଲ ପ୍ରାଣ ହରାଇଥିବା ସମୟରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ହାଇଫା ସହରର ବାଜାତ ତେଲ ରିଫାଇନାରୀ ସେଣ୍ଟରକୁ ମଧ୍ୟ କ୍ଷତି ପହଞ୍ଚିଛି । ଇରାନ କହିଛି କି ଯଦି ଇସ୍ରାଏଲ ଆକ୍ରମଣ ରୋକିଦେବ ତେବେ ଇରାନ ମଧ୍ୟ ରୋକି ଦେବ । ତେବେ ଏଥିରେ ଇସ୍ରାଏଲ ତରଫରୁ ଏପର୍ଯ୍ୟନ୍ତ କୌଣସି ବୟାନ ଆସିନି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories