
ମର୍ସିଡିଜ୍ ଆଣିଲା ଏମିତି ଏସୟୁଭି, କ୍ୟାବିନରେ ରହିବ ମାଲିକଙ୍କ ନାଁ

ନୂଆଦିଲ୍ଲୀ : ମର୍ସିଡିଜ୍ ବେଞ୍ଜ ଭାରତୀୟ ବଜାର ପାଇଁ ଏଏମଜି ଜି୬୩ ଏସୟୁଭିର ନୂଆ କଲେକ୍ଟର ଏଡିଶନ୍ ଲଞ୍ଚ୍ କରିଦେଇଛି । ଏହି ଲିମିଟେଡ୍ ଏଡିସନ କାରର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୪.୩୦ କୋଟି ଟଙ୍କା ରଖାଯାଇଛି । କମ୍ପାନୀ ଏହି ଏସୟୁଭିରେ ଦମଦାର ଲୁକ୍ ଓ ଇଞ୍ଜିନ ଦେଇଛି । ଏହି ସ୍ପେଶାଲ ଲିମିଟେଡ୍ ଏଡିଶନ ମଡେଲର ମାତ୍ର ୩୦ଟି ୟୁନିଟ୍ ଭାରତରେ ବିକ୍ରି କରାଯିବ । କମ୍ପାନୀ ସୂଚନା ଅନୁସାରେ ଏଥିରେ ଗାଡି ମାଲିକଙ୍କ ନାଁ ରହିବ ଏବଂ ସେମାନଙ୍କ ଅନୁସାରେ ଏହାକୁ କଷ୍ଟମାଇଜ୍ କରାଯିବ ।
ମର୍ସିଡିଜ୍ ତରଫରୁ ପ୍ରଥମ ଥର ଏଭଳି ମଡେଲ ବଜାରକୁ ଅଣାଯାଉଛି । ଏହାର ଦାମ୍ ରେଗୁଲାର ଜି୬୩ ମଡେଲ ତୁଳନାରେ ପ୍ରାୟ ୬୬ ଲକ୍ଷ ଟଙ୍କା ଅଧିକ । କମ୍ପାନୀ ଏହି ସ୍ପେଶାଲ ଏଡିସନର ବୁକିଂ ମଧ୍ୟ ଆରମ୍ଭ କରିଦେଇଛି । ଆଗାମୀ ଅକ୍ଟୋବର ସୁଦ୍ଧା ଏହାର ଡେଲିଭରୀ କରିବ କମ୍ପାନୀ । ଏହାକୁ ମାତ୍ର ୨ଟି ରଙ୍ଗର ବିକଳ୍ପରେ କ୍ରୟ କରିପାରିବେ ଗ୍ରାହକ । ଏଥିରେ ମିଡ୍ ଗ୍ରୀନ୍ ମାଗ୍ନୋ ଓ ରେଡ୍ ମାଗ୍ନୋ ସାମିଲ । ଏଥିରେ ୪ ଲିଟର ଟ୍ବିନ୍ ଟର୍ବୋ ଭି୮ ଇଞ୍ଜିନ ଦିଆଯାଇଛି ଯାହା ୪୮ ଭୋଲ୍ଟ ମାଇଲ୍ଡ-ହାଇବ୍ରିଡ୍ ଟେକ୍ନୋଲୋଜିରେ ଉପଲବ୍ଧ ହେବ । ଏଥିରେ ୨୨ ବିଏଚପିର ଅତିରିକ୍ତ ପାଓ୍ବର ମିଳିବ । ଏହା ମାତ୍ର ୪.୪ ସେକେଣ୍ଡରୁ ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ ।
Comments are closed.