www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ତାନ ଉପରେ ଇରାନର ଏୟାର ଷ୍ଟ୍ରାଇକ୍‌: ପାକ୍‌ କହିଲା- ପରିଣାମ ଭୟଙ୍କର ହେବ

ଇସଲାମାବାଦ: ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଛି। ଏଥର ଏହି ଆକ୍ରମଣ ଇରାନ ଦ୍ବାରା କରାଯାଇଛି। ଇରାନ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ଅଦଲ ଠିକଣାକୁ ଟାର୍ଗେଟ କରିଥିଲା। ଆକ୍ରମଣ ପାଇଁ ଇରାନ ଡ୍ରୋନ୍ ଏବଂ ମିସାଇଲ୍‌ ବ୍ୟବହାର କରିଥିଲା। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହୋଇଥିବା ଇରାନ ଦାବି କରିଛି। ଅପରପକ୍ଷେ ପାକିସ୍ତାନ ଏହି ଆକ୍ରମଣକୁ ନିନ୍ଦା କରି କହିଛି, ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି ଏବଂ ତିନି ଜଣ ଶିଶୁ ଆହତ ମଧ୍ୟ ହୋଇଛନ୍ତି। ଆକ୍ରମଣ ପରେ ପାକିସ୍ତାନ ଇରାନର ମୁଖ୍ୟ କୂଟନୀତିଜ୍ଞଙ୍କୁ ସମନ କରିଛି ଏବଂ ଆକାଶ ସୀମାର ଉଲ୍ଲଂଘନକୁ ନିନ୍ଦା କରିଛି। ପାକ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମ ଆକାଶ ସୀମା ଉଲ୍ଲଂଘନ କରିବାର ପରିଣାମ ଭୟଙ୍କର ହୋଇପାରେ।

ସୂଚନା ମୁତାବକ, ଜୈଶ-ଏ-ଅଦଲ ଆତଙ୍କବାଦୀମାନେ ସୀମା ନିକଟରେ ଇରାନ ସେନା ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ମଙ୍ଗଳବାର ଇରାନ ଗଣମାଧ୍ୟମ ନିଜ ରିପୋର୍ଟରେ କହିଛି ଯେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ଼ମାନେ ଜୈଶ-ଏ-ଅଦଲର ଠିକଣାରେ ଏୟାର ଷ୍ଟ୍ରାଇକ କରିଥିବା ଦାବି କରିଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଇରାନର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲା। ସେମାନେ ପାକିସ୍ତାନ ଏବଂ ଇରାନର ସୀମାରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣର ପ୍ରତିଶୋଧ ନେଇ ଇରାନ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରିଛି। ଇରାନ ଗଣମାଧ୍ୟମ କହିଛି ଯେ, ଏହି ଆତଙ୍କୀ ଠିକଣାରେ ଡ୍ରୋନ୍ ଏବଂ ମିସାଇଲ୍‌ ଦ୍ୱାରା ଆକ୍ରମଣ କରାଯାଇଛି।

- Advertisement -

ଜୈଶ-ଏ-ଅଦଲ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଦୁଇଟି ଠିକଣାକୁ ଟାର୍ଗେଟ କରିବା ନେଇ ଇରାନର ଦାବି ଉପରେ ପାକିସ୍ତାନ ବୁଧବାର ନିଜ ପ୍ରତିକ୍ରିୟା ରଖିଛି। ପଡ଼ୋଶୀ ଦେଶ ଦ୍ବାରା ତାଙ୍କ ଆକାଶ ସୀମାର ଉଲ୍ଲଂଘନକୁ ପାକ୍‌ ଦୃଢ ନିନ୍ଦା କରିଛି ଏବଂ ଚେତାବନୀ ଦେଇଛି ଯେ, ଏଭଳି ପଦକ୍ଷେପର ପରିଣାମ ଭୟଙ୍କର ହୋଇପାରେ।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କେଉଁଠାରେ ଆକ୍ରମଣ ହୋଇଛି ସେ ବିଷୟରେ ଉଲ୍ଲେଖ କରିନାହିଁ, କିନ୍ତୁ ଏହି ଆତଙ୍କୀ ଠିକଣା ବଲୁଚିସ୍ତାନରେ ଥିଲା ବୋଲି ସନ୍ଦେହ କରାଯାଉଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories