www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ର ନେତୃତ୍ୱ ନେବେ କେସିଙ୍ଗା ଏସ୍ ଡି ପି ଓ ଏସ୍ . ସୁଶ୍ରୀ

ଭବାନୀପାଟଣା: ଭୁବନେଶ୍ୱରରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ପ୍ୟାରେଡ୍‌ ଉତ୍ସବର ନେତୃତ୍ବ ନେବେ କଳାହାଣ୍ଡି ଜିଲା କେସିଙ୍ଗା ପୁଲିସ ଏସ୍‌ଡିପିଓ ଏସ୍ . ସୁଶ୍ରୀ। କେସିଙ୍ଗା ଏସ୍‌ଡିପିଓ ଭାବେ ଏସ୍. ସୁଶ୍ରୀ ନଭେମ୍ବର ୧୯ ତାରିଖରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ପ୍ୟାରେଡ଼ର ନେତୃତ୍ବ ନେବା ପାଇଁ ମନୋନୀତ ହେବା ପରେ ଏସ. ସୁଶ୍ରୀ ଗତ ୨୨ ତାରିଖରୁ ଭୁବନେଶ୍ୱରରେ ସାଧରଣତନ୍ତ୍ର ଦିବସ ପ୍ୟାରେଡ୍‌ର ଅଭ୍ୟାସ କରୁଛନ୍ତି। ଏହି ଖବର ଜଣା ପଡ଼ିବା ପରେ କଳାହଣ୍ଡି ଜିଲାବାସୀ ଓ ପୁଲିସ କର୍ମଚାରୀ ମହଲରେ ଖୁସି ପ୍ରକାଶ ପାଇଛି। କେସିଙ୍ଗା ଏସ୍‌ଡିପିଓ ଭାବେ ଯୋଗ ଦେବା ପରେ ସେ ତାଙ୍କର କାର୍ଯ୍ୟଦକ୍ଷତା ବଳରେ ତଥା ନିଷ୍ଠାପର ପୁଲିସ ଅଧିକାରୀ ଭାବେ ସାଧାରଣ ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ଏସ. ସୁଶ୍ରୀ ହେଉଛନ୍ତି ୨୦୧୮ ବ୍ୟାଚ୍‌ର ଆଇପିଏସ ଅଧିକାରୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories