www.samajalive.in
Sunday, December 7, 2025
14.1 C
Bhubaneswar

ମାର୍ଚ୍ଚ ୨୯ରୁ ଆଇପିଏଲ୍‌ ; ମେ’ ୨୪ରେ ଫାଇନାଲ

ମୁମ୍ବଇ : ଚଳିତବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୯ରୁ ଆରମ୍ଭହେବ। ଏହିଦିନ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଗତବର୍ଷର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଓ ରନର୍ସଅପ୍ ଚେନ୍ନଇ ସୁପର କିଙ୍ଗ୍‌ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ଲୋଧା କମିଟି ସୁପାରିସ ଅନୁସାରେ ଏକ ଆନ୍ତର୍ଜାତିକ ସିରିଜ୍ ଓ ଆଇପିଏଲ୍‌ ମଧ୍ୟରେ ଅତିକମ୍‌ରେ ୧୫ ଦିନର ବ୍ୟବଧାନ ରହିବା ଉଚିତ୍। ତେବେ ଆଇପିଏଲ୍‌ ଆୟୋଜକ ଏହାକୁ ନ ମାନି ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତର ଘରୋଇ ଦିନିକିଆ ସିରିଜ୍‌ର ୧୧ ଦିନ ପରେ ଆଇପିଏଲ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅବଶ୍ୟ ଆଇପିଏଲ୍‌ ପକ୍ଷରୁ ବିଧିବଦ୍ଧ ଭାବେ ୨୦୨୦ ଆଇପିଏଲ୍‌ର ଖେଳସୂଚୀ ଘୋଷଣା କରା ଯାଇନାହିଁ। ତେବେ ବିଭିନ୍ନ ଫ୍ରାଞ୍ଚାଇଜି ପାଖକୁ ଏହା ଖେଳସୂଚୀ ପଠାଇ ଦେଇଛି। ପ୍ଲେଅଫ୍ ପର୍ଯ୍ୟାୟର ଖେଳସୂଚୀ ଘୋଷଣା ହୋଇନଥିଲେ ହେଁ ମେ’ ୨୪ରେ ଫାଇନାଲ ଖେଳାଯିବ ବୋଲି ନିର୍ଦ୍ଧାରିତ ହୋଇଛି। ଲିଗ୍ ପର୍ଯ୍ୟାୟ ମାର୍ଚ୍ଚ ୨୯ରୁ ଆରମ୍ଭହୋଇ ମେ’ ୧୭ ପର୍ଯ୍ୟନ୍ତ ଚାଲିବ। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ଅନ୍ତିମ ଲିଗ୍ ମ୍ୟାଚ୍ ମେ’ ୧୭ରେ ବେଙ୍ଗାଲୁରୁରେ ଖେଳାଯିବ। ପ୍ରଥମଥର ଆଇପିଏଲ୍‌ ଆୟୋଜକ ନିଷ୍ପତ୍ତି ନେଇଛନ୍ତି ଯେ ଶନିବାର ଆଉ ୨ଟି ମ୍ୟାଚ୍ ଖେଳାଯିବ ନାହିଁ। କେବଳ ରବିବାର ୨ଟି ମ୍ୟାଚ୍ ଖେଳାଯିବ। ଅନ୍ୟ ୬ ଦିନ ଗୋଟିଏ ଲେଖାଏଁ ମ୍ୟାଚ୍ ରାତି ୮ଟାରୁ ଆରମ୍ଭହେବ। ରବିବାର ପ୍ରଥମ ମ୍ୟାଚ୍ ଅପରାହ୍‌ଣ ୪ଟାରୁ ଆରମ୍ଭହେବ। ଶନିବାର ଗୋଟିଏ ମ୍ୟାଚ୍ ଥିବାରୁ ଲିଗ୍ ପର୍ଯ୍ୟାୟ ୫୦ ଦିନ ଧରି ଚାଲିବ। ଗତବର୍ଷ ୪୪ ଦିନରେ ଲିଗ୍ ପର୍ଯ୍ୟାୟ ସମାପ୍ତ ହୋଇଥିଲା। ରାଜସ୍ଥାନ ରୟାଲ୍‌ସ ଗୁଆହାଟୀକୁ ତା’ର ୨ୟ ଘରୋଇ ଭେନ୍ୟୁ ଭାବେ ବାଛିଛି। ଏପ୍ରିଲ ୫ ଓ ୯ରେ ଏହା ଗୁଆହାଟୀରେ ୨ଟି ମ୍ୟାଚ୍ ଖେଳିବ। ବାକି ମ୍ୟାଚ୍ ଏହା ଜୟପୁରରେ ଖେଳିବ। ତେବେ ଗୁଆହାଟୀରେ ଖେଳିବାକୁ ରାଜସ୍ଥାନ ରୟାଲ୍‌ସର ନିଷ୍ପତ୍ତିକୁ ରାଜସ୍ଥାନ କ୍ରିକେଟ ଆସୋସିଏସନ୍ ପକ୍ଷରୁ ବିରୋଧ କରାଯାଇଛି। ମାର୍ଚ୍ଚ ୨୯ରୁ ଆଇପିଏଲ୍‌ ଆରମ୍ଭହେବାର ଥିଲେ ହେଁ ୮ଟିଯାକ ଫ୍ରାଞ୍ଚାଇଜିରୁ ତାରକା ଖେଳାଳିଙ୍କୁ ନେଇ ଅଲ୍‌ଷ୍ଟାର ମ୍ୟାଚ୍ ୩ ଦିନ ପୂର୍ବରୁ ଖେଳାଯିବ ବୋଲି ଆଇପିଏଲ୍‌ ଆୟୋଜକ ଘୋଷଣା କରିଥିଲେ। ତେବେ ଏହାର ନିର୍ଦିଷ୍ଟ ତାରିଖ ଘୋଷଣା କରା ଯାଇନାହିଁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories