ମୋହାଲି: ଆଇପିଏଲ-୨୦୧୯ରେ ସୋମବାର ଗୋଟିଏ ମାତ୍ର ମ୍ୟାଚ ଅନୁଷ୍ଠିତ ହେବ। ମୋହାଲିଠାରେ ରାତି ୮ଟାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।
ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୪ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ଥିବାବେଳେ, କିଙ୍ଗ୍ସ ଏକାଦଶ ପଞ୍ଜାବ ସେହି ୩ଟି ମ୍ୟାଚ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୪ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି।
ରବିବାର ରାତିରେ ଚେନ୍ନାଇ ସୁପରକିଙ୍ଗ୍ସ,ରାଜସ୍ଥାନ ରୟାଲସ୍କୁ ୮ରନରେ ପରାସ୍ତ କରିଥିବାବେଳେ ଅନ୍ୟ ଏକ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର୍ସକୁ ୧୧୮ରନରେ ପରାଜିତ କରିଛି।



