www.samajalive.in
Thursday, December 11, 2025
18.1 C
Bhubaneswar

ୱାୟନାଡରେ ରାହୁଲଙ୍କ ବିରୋଧରେ ଏନଡିଏ ପ୍ରାର୍ଥୀ ହେଲେ ତୁଷାର ଭେଲାପାଲି

ତିରୁଅନନ୍ତପୁରମ : କେରଳର ୱାୟନାଡ ଲୋକସଭା ଆସନ ପାଇଁ ଏନ୍‍ଡିଏ ସୋମବାର ତୁଷାର ଭେଲାପାଲିଙ୍କୁ ନିଜ ପ୍ରାର୍ଥୀ ଘୋଷିତ କରିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଟ୍ୱିଟ୍‍ ଯୋଗେ ଏହି ସୂଚନା ଦେଇଛନ୍ତି। ଏହି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନ ଲଢୁଛନ୍ତି। କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଅମେଠି ସହ କେରଳର ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବେ। ଏବେ ୱାୟନାଡରେ ରାହୁଲଙ୍କୁ ସିଧା ସଳଖ ଟକ୍କର ଦେବେ ଏନଡିଏର ତୁଷାର ଭେଲାପାଲି। ଅମିତ ଶାହା ଟ୍ୱିଟ୍‍ କରିଛନ୍ତି ଯେ ୱାୟନାଡରୁ ଭାରତ ଧର୍ମ ଜନସେନା (ବିଡିଜେଏସ୍‍) ଅଧ୍ୟକ୍ଷ ତୁଷାର ଭେଲାପାଲ ଏନଡିଏ ପାଇଁ ପ୍ରାର୍ଥୀ ହେବେ। କେରଳର ୨୦ ଲୋକସଭା ଆସନ ପାଇଁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ବିଡିଜେଏସ୍‍କୁ ୫ଟି ଆସନ ମିଳିଛି। ଏହାବାଦ କେରଳ କଂଗ୍ରେସ ଗୋଟିଏ ଓ ବିଜେପି ୧୪ଟି ଲୋକସଭା ଆସନରେ ନିର୍ବାଚନ ଲଢିବେ। ବିଡିଜେଏସ୍‍ ପ୍ରଥମ ଥର ଲୋକସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories