ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶୁଖିଲା ଆମ୍ବ ଛକରେ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନେ ହେଲେ କରଚବାଡ଼ି ପଞ୍ଚାୟତର କୁଟିଗୁଡ଼ା ଗାଁର କୃଷ୍ଣ ଦଳାଇ(୩୮), ମିଲି ଦଳାଇ(୨୮), ଅନନ୍ତ ଦଳାଇ(୩୦) ଓ କଳ୍ପ ଦଳାଇ(୪୦) । ସେମାନଙ୍କ ମଧ୍ୟରୁ କୃଷ୍ଣ, ମିଲି ଓ ଅନନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମୋହନା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି କହିଛନ୍ତି।



