ଆଇପିଏଲ୍‍ କ୍ରିକେଟ : ଚେନ୍ନଇ-ଦିଲ୍ଲୀ ମୁକାବିଲା

0

ପୁଣେ : ଆଇପିଏଲ୍‍ କ୍ରିକେଟରେ ଆଜି ପୁଣେରେ ରାତି ୮ଟାରେ ଚେନ୍ନଇ ସୁପର୍‍ କିଙ୍ଗ୍‍ସ ଓ ଦିଲ୍ଲୀ ଡେୟାର ଡେଭିଲ୍‍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଆଇପିଏଲ୍‍ ୨୦୧୮ରେ ଚେନ୍ନଇ ଦଳ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହିତ ୧୦ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜୟ ସହିତ ୪ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ନିମ୍ନରେ ରହିଛି।
ଅନ୍ୟ ପକ୍ଷରେ ରବିବାର ରାଜସ୍ଥାନ ରୟାଲସକୁ ହରାଇ ସନ୍‍ରାଇଜର୍ସ ହାଇଦରାବାଦ ଶୀର୍ଷରେ ରହିଛି। ବର୍ତ୍ତମାନ ସୁଦ୍ଧା ହାଇଦରାବାଦ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହିତ ୧୨ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହିତ ୧୦ପଏଣ୍ଟ ସହିତ ୩ୟ ସ୍ଥାନରେ ଥିବାବେଳେ କଲକାତା ନାଇଟ ରାଇଡର୍ସ ୮ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୪ଟି ପରାଜୟ ସହିତ ୮ ପଏଣ୍ଟ ପାଇ ଚତୁର୍ଥ, ରାଜସ୍ଥାନ ରୟାଲସ ୭ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୪ଟି ପରାଜୟ ସହିତ ୬ପଏଣ୍ଟ ପାଇ  ପଞ୍ଚମ, ମୁମ୍ବଇ ଇଣ୍ଡିଆନ୍‍ସ ୭ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୫ଟି ପରାଜୟ ସହିତ ୪ ପଏଣ୍ଟ ପାଇ ଷଷ୍ଠ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୭ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୫ଟି ପରାଜୟ ସହିତ ୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।

Leave A Reply