www.samajalive.in
Saturday, December 6, 2025
16.1 C
Bhubaneswar

ଆଇପିଏଲ-୨୦୧୯ : ଆଜି ବାଙ୍ଗାଲୋର ଓ ପଞ୍ଜାବ ମଧ୍ୟରେ ମୁକାବିଲା

ବେଙ୍ଗାଲୁରୁ :  ଆଇପିଏଲ  କ୍ରିକେଟ ୨୦୧୯ର  ଚଳିତ ସଂସ୍କରଣ ଏକ ରୋଚକ ସ୍ଥିତିରେ ପହଞ୍ଚିଛି । ରୟାଲ୍‍ ଚାଲେଞ୍ଜର୍ସ ବାଙ୍ଗାଲୋର, ରାଜସ୍ଥାନ ରୟାଲ୍ସ ଏବଂ କଲକତା ନାଇଟ ରାଇଡର୍ସର ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ମାତ୍ର ୩ ରୁ ୪ଟି ଲେଖାଏଁ ମ୍ୟାଚ ଜିତି ଏହି ତିନୋଟି ଦଳ ପଏଣ୍ଟ ତାଲିକାର ଶେଷ ଭାଗରେ ରହିଛନ୍ତି ।
ତେବେ ଆଜି ରାତି ୮ଟାରେ ରୟାଲ୍‍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ମଧ୍ୟରେ ମୁକାବିଲା ହେବ । ବୁଧବାର ସୁଦ୍ଧା ବାଙ୍ଗାଲୋର ଦଳ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୮ମ ସ୍ଥାନରେ ରହିଛି । ସେହିପରି କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ୧୦ଟି ମ୍ୟାଚ ଖେଳି ୫ଟି ବିଜୟ ୫ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି।

ତେବେ ଚେନ୍ନଇ ସୁପର କିଙ୍ଗସ ୧୧ଟି ମ୍ୟାଚ ଖେଳି ୮ଟି ବିଜୟ ୩ଟି ପରାଜୟ ସହିତ ୧୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି।

ଆଇପିଏଲ୍‌-୧୨ର ପଏଣ୍ଟ ଟେବୁଲ

ଦଳ              ମ୍ୟାଚ୍    ବିଜୟ   ପରାଜୟ     ପଏଣ୍ଟ     ନେଟ୍‌ ରନ୍‌ରେଟ୍‌
ଚେନ୍ନଇ          ୧୧       ୮          ୩          ୧୬           ୦.୦୯୧
ଦିଲ୍ଲୀ             ୧୧       ୭          ୪          ୧୪            ୦.୧୮୧
ମୁମ୍ବଇ           ୧୦       ୬          ୪          ୧୨            ୦.୩୫୭
ହାଇଦରାବାଦ  ୧୦       ୫           ୫          ୧୦           ୦.୬୫୪
ପଞ୍ଜାବ          ୧୦      ୫           ୫          ୧୦             -୦.୦୪୪
କଲକାତା       ୧୦       ୪          ୬            ୮             ୦.୦୧୩
ରାଜସ୍ଥାନ       ୧୦       ୩          ୭             ୬             -୦.୪୭୦
ବାଙ୍ଗାଲୋର    ୧୦       ୩          ୭             ୬             -୦.୮୩୬

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories