www.samajalive.in
Friday, December 12, 2025
26.1 C
Bhubaneswar

ସନରାଇଜର୍ସକୁ ୩୪ ରନରେ ପରାସ୍ତକଲା ମୁମ୍ବଇ ଇଣ୍ଡିଆନ୍ସ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯାଉଥିବା ବେଳେ  ପ୍ରଥମ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ –ସନରାଇଜର୍ସକୁ ୩୪ ରନରେ ପରାସ୍ତ କରିଛି।   ମୁମ୍ବଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ମୁମ୍ବଇ ଇଣ୍ଡିଆନ୍ସ ୨୦୮ ରନ କରିଥିଲା। ସନରାଇଜର୍ସ ମ୍ୟାଚକୁ ଜିତାବା ପାଇଁ ହେଲେ ୨୦୯ ରନର ଆବଶ୍ୟକତା ଥିବା ବେଳେ ୭ ଓ୍ବିକେଟ ହରାଇ ୧୭୪ ରନ କରିଥିଲା।

ସନରାଇଜର୍ସ ପକ୍ଷରୁ ବ୍ୟାଟିଂ ଉପନ କରିବାକୁ ଆସିଥିଲେ ଡେଭିଡ ଓ୍ବାର୍ଣ୍ଣର ଜନି ବ୍ରେନଷ୍ଟୋ ପ୍ରାରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ପରେ ବ୍ରେନଷ୍ଟୋ ୨୫ ରନ କରି ଆଉଟ ହୋଇଥିଲେ । ଡେଭିଡ ଓ୍ବାର୍ଣ୍ଣରଙ୍କ ସହ ମନିଷ ପାଣ୍ଡେ ବ୍ୟାଟିଂ କରି ପାରିକୁ ସମ୍ଭାଳିଥିଲେ । ହେଲେ ମନିଷ ପାଣ୍ଡେ ୩୦ ରନ କରି ଆଉଟ ହୋଇଥିଲେ। କେନ ଓ୍ବିଲିୟନସନ ୩ ରନ କରିଥିଲେ। ଲଢୁଆ ବ୍ୟଟିଂ ଜାରି ରଖିଥିବା ଓ୍ବାର୍ଣ୍ଣର ୬୦ ରନ କରି ଆଉଟ ହୋଇଥିଲେ। ପ୍ରିୟମ ଗର୍ଗ(୮)ଓ ଅବଦୁଲ ସମାଦ( ୨୦) କରି ପାଭିଲିୟନ ଫେରିଥିଲେ । ରସିଦ ଖାନ ୩ ରନ କରି ଅପରାଜିତ ଥିଲେ ।

- Advertisement -

ମୁମ୍ବଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ପାଟିସନ ଓ ଯଶପ୍ରିତ ବୁମ୍ରା ୨ଟି ଲେଖାଏଁ ଓ୍ବିକେଟ ନେଇଥିେଲେ। କୁନାଲ ପାଣ୍ତ୍ୟା ଗୋଟିଏ ଓ୍ବିକେଟ ନେଇଥିଲେ ।

ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଥମେ ଉପନ କରିବାକୁ କ୍ବାଣ୍ଟେନ ଡିକକ ଓ ରୋହିତ ଶର୍ମା ଆସିଥିଲେ। ହେଲେ ଭଲ ଫର୍ମରେ ଥିବା ରୋହିତ ୫ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୭ କରି ଆଉଟ ହୋଇଥିବା ବେଳେ ଅପାରିଜିତ ଥିବା ଡିକକ ଓ ଇଶାନ କିଶାନଙ୍କ ସହ ମିଶି ବିସ୍ପୋରକ ବ୍ୟାଟିଂ କରି ପାରିକୁ ସମ୍ଭାଳିଥିଲେ। ପରେ ଡିକିକ ୬୭ ଓ ଇଶାନ କିଶାନ ୩୧ ରନ କରି ଆଇଟ ହୋଇଥିଲେ। ପୁଣି ପଡ଼ିଆରେ ଏକ ବିସ୍ପୋରକ ଯୋଡି କିରନ ପୋଲାର୍ଡ ଓ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିଥିଲେ।  ହାର୍ଦିକ ୨୮ ରନ କରି ଆଉଟ ହୋଇଥିବା ବେଳେ କୁନାଲ ପାଣ୍ଡ୍ୟ ମଧ୍ୟ ଶେଷ ଓଭରରେ ୨ଟି ଛକା ଓ ୨ଟି ଚୌକା ମାରିଥିଲେ ।  କିରନ ପୋଲାର୍ଡ (୨୫) ଓ କୁନାଲ ପାଣ୍ଡ୍ୟ (୨୦ ) ରନ କରି ଅପରାଜିତ ଥିଲେ।

ସେହିପରି  ସନ୍ଦିପ ଶର୍ମା , ସିଦ୍ଧାର୍ଥ କଲ ୨ଟି ଲେଖାଏଁ  ଓ୍ବିକେଟ ନେଇଥିବା ବେଳେ ରସିଦ ଖାନ ଗୋଟିଏ ଓ୍ବିକେଟ ନେଇଥିଲେ।

 

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories