www.samajalive.in
Monday, December 15, 2025
16.1 C
Bhubaneswar

ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚ୍

ଦୁବାଇ : ଆଉ କିଛି ସମୟ ପରେ ସନ୍ଧ୍ୟା ୭ଟା ୩୦ ସମୟରେ ଆଇପିଏଲର ୧୩ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଗତବର୍ଷର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯିବ । ଉଭୟ ଦଳ ବିଜୟ ସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବା ଲକ୍ଷ୍ୟ ରଖିଛନ୍ତି। ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିବା ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ଚିତ୍ତାକର୍ଷକ ହେବା ନେଇ ଅନୁମାନ କରାଯାଉଛି ।

ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୧୪ଟି ଲିଗ୍‌ ମ୍ୟାଚରୁ ୯ଟି ବିଜୟ ଓ ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଶୀର୍ଷରେ ରହିଛି। ତେବେ ଶେଷ ମ୍ୟାଚ୍‌ରେ ସନ୍‌ରାଇଜର୍ସ ନିକଟରୁ ଚଳିତ ସିଜିନ୍‌ରେ ମୁମ୍ବଇ ତା’ର ସବୁଠାରୁ ବଡ଼ ପରାଜୟ ଭୋଗିଛି।ସେହିପରି ଶ୍ରେୟାସ ଆୟରଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୪ଟି ମ୍ୟାଚରୁ ୮ଟି ବିଜୟ ଓ ୬ଟି ପରାଜୟ ସହ ୧୬ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି। ଶିଖର ଧାୱନ ୫୨୫, ଶ୍ରେୟାସ ଆୟର ୪୨୧ ରନ୍ ‌କରି ଭଲ ଫର୍ମରେ ଅଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories