www.samajalive.in
Friday, December 12, 2025
16.1 C
Bhubaneswar

ଆଇପିଏଲ ୨୦୨୦ : ଆଜି ହାଇଦରାବାଦ-ବାଙ୍ଗାଲୋର ଏଲିମିନେଟର 

ଆବୁଧାବି, ୫। ୧୧: ଆଇପିଏଲ-୧୩ରେ ଶୁକ୍ରବାର ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ବିଜୟୀ ଦଳ କ୍ବାଲିଫାୟାର-୨ ପାଇଁ ଯୋଗ୍ୟତା ହାସଲ କରିବ ଏବଂ ପରାଜିତ ଦଳ ପ୍ରତିଯୋଗିତାରୁ ବିଦାୟନେବ। ତେଣୁ ଏହି ମ୍ୟାଚ୍‌ ଫାଇନାଲରେ ପହଞ୍ଚିବାର ଆଉ ଏକ ସୁଯୋଗ ଦେବ। ତେବେ ଉଭୟ ଦଳଙ୍କ ପାଇଁ ଏହା ନକ୍‌ଆଉଟ୍‌। ଗୋଟିଏ ଖରାପ ପ୍ରଦର୍ଶନ ପରେ ଦଳ ବିଦାୟ ନେବ।

ଡେଭିଡ଼ ୱାର୍ଣ୍ଣର ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ ଓ ବିରାଟ କୋହଲି ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଲିଗ୍ ପର୍ଯ୍ୟାୟରେ ସମାନ ୧୪ ପଏଣ୍ଟ ଲେଖାଏଁ ପାଇ ୩ୟ ଓ ୪ର୍ଥ ସ୍ଥାନରେ ଥିଲେ। ପରାଜିତ ଦଳ ପ୍ରତିଯୋଗିତାରୁ ବିଦାୟ ନେବ ଏବଂ ବିଜେତା ଦଳ ୮ରେ ପ୍ରଥମ କ୍ବାଲିଫାୟାର ମ୍ୟାଚର ପରାଜିତ ଦଳ ସହିତ କ୍ବାଲିଫାୟର-୨ ଖେଳିବ। ସନ୍‌ରାଇଜର୍ସ ହାଇଦରାବାଦ ପ୍ଲେଅଫ୍‌ରେ ପହଞ୍ଚିଥିବା ୩ଟିଯାକ ଦଳଙ୍କୁ କ୍ରମାଗତ ୩ଟି ମ୍ୟାଚ୍‌ରେ ହରାଇ ପ୍ଲେଅଫ୍‌ରେ ପହଞ୍ଚିଛି। ପୁଣି ଶେଷ ଲିଗ୍‌ ମ୍ୟାଚ୍‌ରେ ଏହା ଶୀର୍ଷରେ ଥିବା ମୁମ୍ବଇ ଇଣ୍ଡିଆନ୍‌ସକୁ ସହଜରେ ପରାସ୍ତ କରିଛି। ଋଦ୍ଧିମାନ ଶାହା ଓ ଜେସନ ହୋଲଡର ଖେଳିବା ପରେ ଦଳ ବେଶ୍‌ ଶକ୍ତିଶାଳୀ ହୋଇଛି। ଅଧିନାୟକ ୱାର୍ଣ୍ଣର ଓ ଋଦ୍ଧିମାନ ଓପନିଂରେ ଭଲ ପ୍ରଦର୍ଶନ କରୁଛନ୍ତି। ୱାର୍ଣ୍ଣର ୫୨୯ ଓ ମନୀଷ ପାଣ୍ଡେ ୩୮୦. ରନ୍‌କରି ଚମତ୍କାର ଫର୍ମରେ ରହିଛନ୍ତି। ମଧ୍ୟକ୍ରମରେ କେନ୍ ୱିଲିୟମସନ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ବୋଲିଂରେ ରସିଦ୍‌ ଖାନ ୧୯ଟି, ସନ୍ଦୀପ ଶର୍ମା ୧୩ଟି, ଜାସନ ହୋଲଡର ୧୦ଟି ୱିକେଟ ନେଇଛନ୍ତି।

- Advertisement -

ବିରାଟ କୋହଲି ନେତୃତ୍ବାଧିନ ଆର୍‌ସିବି ପ୍ରଥମ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିବା ବେଳେ ୨ୟ ରାଉଣ୍ଡରେ ସେଭଳି ପ୍ରଦର୍ଶନ କରିବାରେ ବିଫଳ ହୋଇଛି। କ୍ରମାଗତ ଶେଷ ୪ଟି ମ୍ୟାଚ୍‌ ହାରିବା ସତ୍ତ୍ବେ ଆର୍‌ସିବି ପ୍ଲେଅଫ୍‌କୁ ଉନ୍ନୀତ ହୋଇଛି। ଓପନର ଦେବଦତ୍ତ ପାଡ଼ିକଲ ୪୭୨, ବିରାଟ କୋହଲି ୪୬୦, ଏବି ଡି’ଭିଲିଅର୍ସ ୩୯୮ ରନ୍‌ କରିଛନ୍ତି। ପାଡ଼ିକଲ, କୋହଲି ଓ ଡି’ଭିଲିଅର୍ସଙ୍କ ଉପରେ ଦଳର ବ୍ୟାଟିଂ ନିର୍ଭର କରୁଛି। ଯୁଜବେନ୍ଦ୍ର ଚହଲ ୨୦ଟି, କ୍ରିସ୍‌ ମରିସ ୧୧ଟି, ମହମ୍ମଦ ସିରାଜ୍‌ ୯ଟି ୱିକେଟ ନେଇଛନ୍ତି। ଅଲ୍‌ରାଉଣ୍ଡର ଭାବେ ଶିବମ୍‌ ଦୁବେ ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ଚଳିତ ସଂସ୍କରଣର ଲିଗ୍‌ ପର୍ୟ୍ୟାୟରେ ଉଭୟ ଦଳ ୨ ଥର ମୁହାଁମୁହିଁ ହୋଇ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories