ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦ୍ବିତୀୟ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସ -ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୧୬୯ ରନ କରିଥିଲା।
ବେଙ୍ଗାଲୁରୁ ପକ୍ଷରୁ ଦେବଦତ ପାଦିକଲ ଓ ଫିଞ୍ଚ୍ ଓପନ କରିଥିଲେ। ଫିଞ୍ଚ୍ ୨ ରନ କରି ଆଉଟ ହୋଇଥିଲେ। ପରେ ଦେବଦତ ପାଦିକଲ ୩୩ ରନ କରି ଆଉଟ ହୋଇଥିଲେ। ଭଲ ଫର୍ମରେ ଥିବା ଏବି. ଡେଭିଲିୟର୍ସ କୌଣିସି ରନ ନ କରି ସାରଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ। ପରେ ଓ୍ବାଶିଂଟନ ସୁନ୍ଦର ୧୦ ରନ କରି ଆଉଟ ହୋଇଥିବା ବେଳେ ସୁଭମ ଦୁବେ ବିରାଟ କୋହଲି ଓଭର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଗୋଟିଏ ପଟେ କୋହଲି ଲଢୁଆ ବ୍ୟାଟିଂ କରି ୯୦ କରି ଅପରାଜିତ ଥିବା ବେଳେ ସୁଭମ ଦୁବେ ତାଙ୍କ ସାଥ ଦେଇ ୨୨ ରନ କରି ଆପରାଜିତ ଥିଲେ।
ଚେନ୍ନଇ ପକ୍ଷରୁ ସାର୍ଦୁଲ ଠାକୁର ସର୍ବାଧିକ ୨ଟି ଓ୍ବେକଟ ନେଇଥିବା ବେଳେ ଦିପକ ଚହର ଓ ସାମ କୁରାନ ଗୋଟିଏ ଲେଖାଏଁ ଓ୍ବିକଟ ନେଇଥିଲେ ।



