www.samajalive.in
Sunday, December 7, 2025
14.1 C
Bhubaneswar

ବୃଦ୍ଧି ପାଇଛି ଖରିଫ ଧାନ ସଂଗ୍ରହ : କୃଷି କ୍ଷେତ୍ର ଉପରେ ଲକଡାଉନ୍ ପ୍ରଭାବହୀନ

ନୂଆଦିଲ୍ଲୀ : ଦେଶରେ ଖରିଫ ଧାନ ସଂଗ୍ରହ ପରିମାଣ ବୃଦ୍ଧି ପାଇଛି। କରୋନା ସଂକଟ କାଳରେ କୃ​ଷି କାର୍ଯ୍ୟ ପାଇଁ କଟକଣା କୋହଳ କରାଯିବାରୁ ଚଳିତ ବର୍ଷ ଭଲ ଫସଲ ଉତ୍ପାଦନ ହୋଇଛି। ଦେଶର ସମସ୍ତ ରାଜ୍ୟରେ ମୋଟ୍‍ ଧାନ ସଂଗ୍ରହ ଗତବର୍ଷର ୧୭ଲକ୍ଷ ୭୦ହଜାର ଟନ୍‍ ତୁଳନାରେ ଚଳିତ ବର୍ଷ ୨୬ଲକ୍ଷ ଟନ୍‍କୁ ଅତିକ୍ରମ କରିଛି। ଯାହା ଗତ ବର୍ଷ ତୁଳନାରେ ୪୮ ପ୍ରତିଶତ ଅଧିକ।

ଗତବର୍ଷ ଖରିଫ୍‍ ଋତୁରେ ପଞ୍ଜାବରୁ  ୧ ଲକ୍ଷ ୭୬ହଜାର ଟନ୍‍ ଧାନ ସଂଗ୍ରହ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୬ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି ବୋଲି କୃଷି ମନ୍ତ୍ରଣାଳୟ କହିଛି। ଯାହା ଗତ ଖରିଫ୍‍ ଋତୁ ତୁଳନାରେ ୯୦୦ ପ୍ରତିଶତ ଅଧିକ। ସେହିପରି ତାମିଲନାଡୁରୁ ୫୧୭ଟନ୍‍ ଧାନ ସଂଗ୍ରହ ହୋଇଛି। ତେବେ ଗତବର୍ଷ ସେଠାରୁ ୩୨୦ ଟନ୍‍ ଧାନ ସଂଗ୍ରହ କରାଯାଇଥିଲା। ସେହିଭଳି ଉତ୍ତର ପ୍ରଦେଶରୁ ଚଳିତ ଖରିଫ୍‍ ଋତୁରେ ୪ହଜାର ୪୨୩ଟନ୍‍ ଧାନ ସଂଗ୍ରହ କରାଯାଇଥିବାବେଳେ ଗତବର୍ଷ ସେଠାରୁ ୯୨ଟନ୍‍ ଧାନ ସଂଗ୍ରହ କରାଯାଇଥିଲା।

- Advertisement -

ଅନ୍ୟାନ୍ୟ ରାଜ୍ୟରୁ ଧାନ ଅମଳ ଓ ସଂଗ୍ରହ ଆରମ୍ଭ ହେଲେ ଏହି ପରିମାଣ ଯଥେଷ୍ଟ ବୃଦ୍ଧି ପାଇବା ଆଶା କରାଯାଉଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories