ଆଇଓସିଏଲ୍ ପକ୍ଷରୁ ଓଡିଶା ପ୍ରକଳ୍ପ ପାଇଁ ବାହାରିଥିବା ନିଯୁକ୍ତି ସୂଚନା
ଭୁବନେଶ୍ୱର – ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଓଡ଼ିଶା ଏବେ ଝାଡଖଣ୍ଡର କିଛି ଅଂଶ ଦେଇ ଯାଉଥିବା ପାଇପ୍ ଲାଇନ୍ ପ୍ରକ୍ଳପ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି । ସୋମବାର ସମାଜରେ ନିଯୁକ୍ତି ପୃଷ୍ଠାରେ ଏ ନେଇ କମ୍ପାନୀ ପକ୍ଷର ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଇଓସିଏଲ୍ର କ୍ରସ କଣ୍ଟ୍ରି ପାଇପ୍ ଲାଇନସ୍ ସୁରକ୍ଷା ଏବଂ ତଦାରଖ ପାଇଁ ଚୁକ୍ତିନାମା ଆଧାରରେ ଭାରତୀୟ ନାଗରିକଙ୍କ ପାଇଁ ଏହି ପଦବୀ ରହିଛି ।
ସମ୍ବଲପୁରରେ ଏହାର ପୋଷ୍ଟିଂ ହେବ । ଆଇଓସିଏଲ୍ର ଓ୍ବେବସାଇଟ୍ www.iocl.comର କ୍ୟାରିୟର ଅପସନ୍ରେ ଏ ବିଷୟରେ ଆପଣ ଅଧିକ ତଥ୍ୟ ପାଇ ପାରିବେ ।
Comments are closed.