www.samajalive.in
Sunday, December 7, 2025
15.1 C
Bhubaneswar

ବାଙ୍କୀ ଥାନାରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଅଟକ

ବାଙ୍କୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଦେଶ୍ୱର-ଗୋପୀନାଥପୁର ଟି-ସେତୁର ଲୋକାର୍ପଣ ଉତ୍ସବକୁ ଆସିଥିବା ସମୟରେ ବାଙ୍କୀ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ କରାଯିବାର କାର୍ଯ୍ୟକ୍ରମ ଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ବାଙ୍କୀ ପୁଲିସ ଶତାଧିକ ବିଜେପି ଓ କଂଗ୍ରେସର ଆଗଧାଡିର ନେତାଙ୍କୁ ବାଙ୍କୀ ଥାନାରେ ଅଟକ ରଖି ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ପରେ ଦସ୍ତଖତ ରଖି ଛାଡିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ ବାଙ୍କୀର ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକ ନିଜର ଆଗଧାଡିର କର୍ମୀ ମାନଙ୍କ ସହ ବିରୋଧ ପାଇଁ ପ୍ରସ୍ତୁତ ଥିଲା ବେଳେ ବାଙ୍କୀ ପୁଲିସ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କୁ ଥାନାରେ ଅଟକ ରଖିଛି। ସେହିପରି ବାଙ୍କୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀ ନିଜର ବହୁ ଦଳୀୟ ପଦାଧିକାରୀଙ୍କ ସମେତ ମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଦଳର ନିଷ୍ପତ୍ତି କ୍ରମେ ବିରୋଧ କରିବାକୁ ଥିବା ସମୟରେ ପୁଲିସ ସୁଭ୍ରାଂଶୁ ମୋହନ ପାଢୀଙ୍କ ସମେତ ୫୦ରୁ ଅଧିକ କର୍ମୀଙ୍କୁ ଅଟକ ରଖିଥିଲା। ସେହିପରି ବୈଦେଶ୍ୱର ଥାନାରେ  ବିଜେପି ସଭାପତି ସୁଶାନ୍ତ ଭଟ୍ଟ,ରବୀନ୍ଦ୍ର କୁମାର ସାହୁଙ୍କ ସମେତ ୧୦ରୁ ଅଧିକ କର୍ମୀଙ୍କୁ ଅଟକ ରଖିଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଦେଶ୍ୱର ଦିଶା ପଡିଆଠାରୁ ହେଲିକାପ୍ଟର ଯୋଗେ ଭୁବନେଶ୍ୱର ଫେରିଲା ପରେ ବିଭାଗୀୟ ମନ୍ତ୍ରୀଙ୍କ କାରରେ ବୈଦେଶ୍ୱର ବାଙ୍କୀ ରାସ୍ତାରେ ଫେରୁଥିବା ସମୟରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟରେ ଗାଡି ଉପରକୁ ଅଣ୍ଡା  ମାଡ  କରାଯାଇଥିବା  ସୂଚନା ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories