ବୈଦେଶ୍ୱର-ଗୋପୀନାଥପୁର ସୁଦୀର୍ଘ ଟି-ସେତୁ ଲୋକାର୍ପିତ

ବାଙ୍କୀ : ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡିଶାର ସୁଦୀର୍ଘତମ ମହାନଦୀ ଉପରେ ନବନିର୍ମିତ ଦୀର୍ଘତମ ବୈଦେଶ୍ୱର-ଗୋପୀନାଥପୁର ସଂଯୋଗୀ ଟି-ସେତୁ ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଲୋକାର୍ପିତ ହୋଇଛି। ଏହାଦ୍ୱାରା ଐତିହାସିକ ଅସ୍ମିତାର ପ୍ରତୀକ ବାଙ୍କୀ ଓ ବଡମ୍ବାଗଡ ମଧ୍ୟରେ ସମ୍ପର୍କ ଅତି ନିକଟରୁ ବାନ୍ଧି ହୋଇଥିବା ଅଞ୍ଚଳର ବୁଦ୍ଧିଜୀବି,ସାହିତ୍ୟିକ ଏବଂ ଜନସାଧାରଣ ଉପଲବ୍ଧ କରିଛନ୍ତି। ଆଜି  ଉଭୟ ବାଙ୍କୀ ଓ ବଡମ୍ବାଗଡର ପ୍ରବଳ ଜନସମାଗମ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବକୁ ଦ୍ୱିଗୁଣିତ କରି ଉତ୍ସାହ ଓ ଉଦ୍ଧିପନା ବଢିଛି।
ସକାଳ ୧୧ଟା ୧୫ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକାପ୍ଟର ଯୋଗେ ଗୋପୀନାଥପୁର ଠାରେ ଓହ୍ଲାଇ ସେତୁର ଶୁଭ ଉଦ୍ଦ୍ଘାଟନ କରିବା ସହିତ ଏକ ସଂକ୍ଷିପ୍ତ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ପରେ ପରେ ଏହି ସେତୁରେ ମୁଖ୍ୟମନ୍ତ୍ରୀ କାର ଯୋଗେ ଯାତ୍ରା କରି ବୈଦେଶ୍ୱର ପାଶ୍ୱର୍ରେ ପୋଲର ଲୋକାର୍ପଣ କରି ବାଙ୍କୀ ବାସୀଙ୍କୁ ସ୍ୱାଗତ କରିଥିଲେ।
ସୂଚନା ଅନୁଯାୟୀ ୨୦୧୪ଫେବୃୟାରୀ ୨୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ବୈଦେଶ୍ୱର-ଗୋପୀନାଥପୁର ଦୀର୍ଘତମ ସେତୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ସେତୁ ନିର୍ମାଣ ଶେଷ ହେବା ସହିତ ବଡମ୍ବା ଓ ବାଙ୍କୀ ବୈଦେଶ୍ୱର ମଧ୍ୟରେ ସମ୍ପର୍କ ଯୋଡିଛି। ମଧ୍ୟଯୁଗୀୟ ସ୍ଥାପିତ କଳାର ନିଦର୍ଶନ ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠକୁ ଯୋଡିବା ସହିତ ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ କରିବାର ସୁଯୋଗ ଯୋଡିଛି ଟି-ସେତୁ। ଲୋକାର୍ପଣ ସମୟରେ ବୈଦେଶ୍ୱର ପାଶ୍ୱର୍ରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ତହସିଲଦାର ସତ୍ୟବ୍ରତ ସ୍ୱାଇଁ,ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ,ଡମପଡା ତହସିଲଦାର କ୍ଷୀତିସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ତଥା ବାଙ୍କୀ ଅଞ୍ଚଳର ବହୁ ବୁଦ୍ଧିଜିବୀ,ମହିଳା ଏବଂ ବିଜୁ ଜନତାଦଳର ବରିଷ୍ଠ ପଞ୍ଚାୟତରାଜ ପ୍ରତିନିଧି,ସରପଞ୍ଚ,ସମିତିସଭ୍ୟ ଉପସ୍ଥିତ ରହି ବହୁ ପ୍ରତିକ୍ଷିତ ଟି-ସେତୁର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓ ସ୍ୱାଗତ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବାଙ୍କୀ ଅଞ୍ଚଳର ୨୦ହଜାରରୁ ଅଧିକ ସଂଖ୍ୟକ ଜନସାଧାରଣ ଓ ବିଜେଡି କର୍ମୀ ଦିଶା ପଡିଆ ନିକଟରେ ଉପସ୍ଥିତ ଥିଲେ।

ଦିଶା ପଡିଆ ଠାରେ ପ୍ରସ୍ତୁତ ଥିବା ହେଲିପ୍ୟାଡ୍ ନିକଟରେ  ପୁଲିସ ସୁରକ୍ଷା ବଳୟରେ ହଜାର ହଜାର ବିଜେଡି କର୍ମୀ ଓ ସାଧାରଣ ଜନତା ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ। ବାଙ୍କୀ ନିର୍ବାଚନ ମଣ୍ଡଳୀର କେତେଜଣ ପୁରୁଖା ବିଜେଡି ନେତା ହେଲିପ୍ୟାଡ ନିକଟ ପ୍ରବେଶ ପଥରେ ଉପସ୍ଥିତ ଥିବା  ପୁଲିସ  ପଦାଧିକାରୀ,ଉପଖଣ୍ଡ ପଦାଧିକାରୀଙ୍କ ନିକଟକୁ ଆସିବାକୁ ଉଦ୍ୟମ କରୁଥିଲା ବେଳେ ବାଙ୍କୀ  ପୁଲିସ  ସେମାନଙ୍କୁ ବାରଣ କରିବା ହେତୁ କର୍ମୀ ଓ  ପୁଲିସ  ମଧ୍ୟରେ କିଛି ସମୟ କଥାକଟାକଟି ହୋଇଥିବା ଦେଖିବାକୁ ମିଳିଛି।
ବୈଦେଶ୍ୱର-ଗୋପୀନାଥପୁର ସେତୁର ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରି କାରରେ ବୈଦେଶ୍ୱର ଦିଶା ପଡିଆକୁ ଆସୁଥିଲା ବେଳେ ବୈଦେଶ୍ୱର ଠାରେ ଫଳକକୁ ଉନ୍ମୋଚନ କରିଥିଲେ। ଦିଶା ପଡିଆ ଚର୍ତୁୁପାଶ୍ୱର୍ରେ ଅପେକ୍ଷା କରିଥିବା ଜନସାଧାରଣଙ୍କୁ ନିଜ କାର ଭିତରେ ରହି ହେଲିପ୍ୟାଡରୁ ଶୁଭେଚ୍ଛା ଜଣାଉଥିଲା ବେଳେ ବାଙ୍କୀର ସମବେତ ଜନତା ଅନୁରୂପ ଭାବେ ହାତ ହଲାଇ ମୁଖ୍ୟମନ୍ତ୍ରୀଙ୍କୁ ବୈଦେଶ୍ୱର-ଗୋପୀନାଥପୁର ସେତୁ ଲୋକାର୍ପଣ ଉଭୟ ବାଙ୍କୀ ଓ ବଡମ୍ବାର ସମ୍ପର୍କର ସେତୁ ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରର ମାନ ବୃଦ୍ଧି ସହ ଖୋର୍ଦ୍ଧା,ବ୍ରହ୍ମପୁର,ଢେଙ୍କାନାଳ,ଅନୁଗୁଳୁ,ସମ୍ବଲପୁର,ତାଳଚେର,ରାଉଲକେଲା ସହ ସଡକ ପଥରେ ସଞ୍ଜୋଗ ସୁଗମ ହୋଇଥିବା ଅନୁଭବ କରିଥିଲେ। ହେଲିପ୍ୟାଡ ମଧ୍ୟରେ ଧିରେ ଧିରେ ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ କାର ସମ୍ମୁଖରେ ବାଙ୍କୀ ଯୁବ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଦୌଡୁଥିବା ଦୃଶ୍ୟ ବାଙ୍କୀ ବିକାଶକୁ ସ୍ୱାଗତ କରିବାର ଏକ ଆହ୍ୱାନ ବୋଲି ଦଳୀୟ କର୍ମୀ ମାନେ ପ୍ରକାଶ କରିଛନ୍ତି।

Comments are closed.