www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ତାନୀ ଶୁଟରଙ୍କୁ ଭିସା ନ ଦେବାରୁ ଭାରତରେ ଖେଳ ଆୟୋଜନ ଉପରେ କଟକଣା ଲଗାଇଲା ଆଇଓସି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶୁଟିଂ କ୍ରୀଡ଼ା ମହାସଂଘ(ଆଇଏସଏସଏଫ) ପକ୍ଷରୁ ଦିଲ୍ଲୀରେ ଚାଲିଥିବା ଶୁଟିଂ ବିଶ୍ଵକପ ପ୍ରତିଯୋଗିତା ପାଇଁ ଭାରତ ପକ୍ଷରୁ ୨ ପାକିସ୍ତାନୀ ଶୁଟରଙ୍କୁ ଭିଜା ଅନୁମତି ଦିଆ ନ ଯିବା ପରେ ଅସନ୍ତୋଷ ପ୍ରକାଶ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)। ଆଗାମୀ ଦିନରେ ଭାରତରେ କୌଣସି ପ୍ରକାର ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ଉପରେ ଆଇଓସି କଟକଣା ଲାଗୁ କରିଛି। ପାକିସ୍ତାନୀ ଶୁଟରଙ୍କୁ ଭିଜା ନ ଦେଇ ଭାରତ ଅଲିମ୍ପିକ ଚାର୍ଟରକୁ ଉଲ୍ଲଂଘନ କରିଥିବା ଆଇଓସି ଦର୍ଶାଇବା ସହ ଭାରତରେ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ନ କରିବାକୁ ଅନ୍ୟ ସମସ୍ତ ଦେଶର କ୍ରୀଡ଼ା ସଂଘଗୁଡ଼ିକୁ ନିବେଦନ କରିଛି।

ଭିଜା ନ ଦେବା ନିଷ୍ପତ୍ତି ପରେ ଆଇଓସି ଭାରତ ସହ ସମସ୍ତ ପ୍ରକାର କଥାବାର୍ତ୍ତା ବନ୍ଦ କରିଦେଇଛି। ଭାରତ ଯେପର୍ଯ୍ୟନ୍ତ ଅଲିମ୍ପିକ ଚାର୍ଟରକୁ ସମ୍ପୂର୍ଣ୍ଣ କରିବା ଲାଗି ସରକାରଙ୍କୁଠାରୁ ଅନୁମତି ନ ଆଣିଛି ସେ ପର୍ଯ୍ୟନ୍ତ ସେଠାରେ କୌଣସି ପ୍ରକାର ଖେଳ ଆୟୋଜନ ହେବ ନାହିଁ।

- Advertisement -

ସୂଚନାଯୋଗ୍ୟ, ଦିଲ୍ଲୀରେ ଗୁରୁବାରଠାରୁ ଆଇଏସଏସଏଫର ଶୁଟିଂ ବିଶ୍ଵକପ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଭାଗ ନେବା ଲାଗି ପାକିସ୍ତାନ ପକ୍ଷରୁ ୨ ଶୁଟର ଜି.ଏମ. ବସୀର ଏବଂ ଖଲିଳ ଅହମ୍ମଦଙ୍କ ଲାଗି ଭାରତକୁ ଭିଜା ଅନୁମତି ମଗାଯାଇଥିଲା। ମାତ୍ର ପୁଲୱାମା ଆକ୍ରମଣ ଘଟଣା ପରେ ଭାରତ ଉଭୟ ଖେଳାଳିଙ୍କୁ ଭିଜା ଦେଇ ନ ଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories