www.samajalive.in
Saturday, December 6, 2025
15.1 C
Bhubaneswar

ମହିଳାଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ ହୋଇପାରେ : ଡା. ରମାକାନ୍ତ ପଣ୍ଡା

ସାଧାରଣତଃ ଅଧିକ ସଂଖ୍ୟକ ପୁରୁଷ ହୃଦରୋଗରେ ଆକ୍ରାନ୍ତ ହୋଇଥାନ୍ତି ଓ ଏହା ସେମାନଙ୍କ ପାଇଁ ଯଥେଷ୍ଟ ସମସ୍ୟା ସୃଷ୍ଟି କରିଥାଏ। ତେବେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ହୃଦ୍ଘାତରେ ମୃତ୍ୟୁବରଣ କରିବା ଏକ ସାଧାରଣ ଘଟଣା। ପୁରୁଷଙ୍କ ଭଳି ମହିଳା ମଧ୍ୟ ହୃଦ୍ଘାତର ଶିକାର ହୋଇଥାନ୍ତି। ଛାତି ଯନ୍ତ୍ରଣା, କିଛି ସମୟ ପାଇଁ ଅସୁସ୍ଥ ଅନୁଭବ କରିବା ଆଦି ହୃଦଘାତର ଲକ୍ଷଣ ହୋଇଥାଏ, ଯାହା ବିଭିନ୍ନ ସମୟରେ ଆସିଥାଏ ଓ ଯାଇଥାଏ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦେଶକ ତଥା ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା.ରମାକାନ୍ତ ପଣ୍ଡା ଏହା କହିଛନ୍ତି।

ଡା. ପଣ୍ଡା କହିଛନ୍ତି ଯେ, ଅନେକ ସମୟରେ ମହିଳାଙ୍କ କ୍ଷେତ୍ରରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ହୃଦଘାତର ଗୁରୁତର ଲକ୍ଷଣ ବୋଲି ଧରାଯାଇପାରିବ ନାହିଁ। ଅଧିକାଂଶ ସମୟରେ ମହିଳାଙ୍କ କ୍ଷେତ୍ରରେ ପ୍ରେସର୍ କିମ୍ବା ଟାଇଟ୍ନେସ୍ ଭାବେ ଲକ୍ଷଣ ପରିପ୍ରକାଶ ହୋଇଥାଏ, ଯାହା ଛାତିରେ ଯନ୍ତ୍ରଣା ଅନୁଭବ ନ କରି ମଧ୍ୟ ହୃଦ୍ଘାତ ଶିକାର ହେବା ସମ୍ଭାବନା ରହିଛି। ମହିଳାଙ୍କ କ୍ଷେତ୍ରରେ ହୃଦ୍ଘାତର ଲକ୍ଷଣ ଭିନ୍ନ ପ୍ରକାର ଥାଏ। ଛାତି, ମାଢ଼ି, କାନ୍ଧ, ବେକର ଉପର ଭାଗ, ତଳିପେଟ, ଦୁଇ ହାତ ଆଦିରେ ଯନ୍ତ୍ରଣା ସାଙ୍ଗକୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ନାକରୁ ଅନର୍ଗଳ ପାଣିବୋହିବା କିମ୍ବା ବାନ୍ତି ହେବା, ଝାଳ ବହିବା, ହାଲିଆ ଲାଗିବା, ଅସୁସ୍ଥ ଓ ଦୁର୍ବଳ ଅନୁଭବ, ଅଜୀର୍ଣ୍ଣ ଆଦି ଲକ୍ଷଣ ସେମାନଙ୍କଠାରେ ଦେଖିବାକୁ ମିଳିଥାଏ। ଅଧିକାଂଶ ସମୟରେ ମହିଳାମାନେ ବିଶ୍ରାମ ନେବାବେଳେ କିମ୍ବା ଶୋଇଥିବାବେଳେ ହୃଦଘାତର ଶିକାର ହୋଇଥାନ୍ତି। ବେଳେବେଳେ ଅଧିକ ଭାବପ୍ରବଣ ହୋଇ ଚାପଗ୍ରସ୍ତ ହେଲେ ମଧ୍ୟ ସେମାନଙ୍କୁ ହୃଦ୍ଘାତ ହେବାର ଆଶଙ୍କା ରହିଥାଏ। ତେଣୁ ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ଏବଂ ଯଦି ଏଭଳି ଲକ୍ଷଣ କିଛି ଦେଖିବାକୁ ମିଳେ ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହୁଅନ୍ତୁ। ମହିଳା ଦିବସ ଅବସରରେ ଡା. ପଣ୍ଡା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories