www.samajalive.in
Saturday, December 6, 2025
15.1 C
Bhubaneswar

ବର୍ଗର ଖାଇବାକୁ ଇଚ୍ଛା ହେବାରୁ ବ୍ୟକ୍ତି ଖର୍ଚ୍ଚ କଲେ ୨ଲକ୍ଷ ଟଙ୍କା

ବହୁ ଲୋକେ ଖାଦ୍ୟ ସହ କିଛି ସ୍ୱତନ୍ତ୍ର ଖାଦ୍ୟର ପ୍ରେମୀ ଅଟନ୍ତି। ଏପରି କି ସେହି ଖାଦ୍ୟ ଖାଇବାକୁ ଏଭଳି କିଛି କାର୍ଯ୍ୟ କରିଥାଆନ୍ତି ,ଯାହା ଅନ୍ୟ ମାନଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଥାଏ। ଏଭଳି ହିଁ ଏକ ଘଟଣା ଋଷରେ ଘଟିଥିବା ଜଣାପଡ଼ିଛି। ସେଠାରେ ଥିବା ଜଣେ ବ୍ୟକ୍ତି ବର୍ଗର ଖାଇବାକୁ ହେଲିକପ୍ଟର ଯୋଗେ ଶହ ଶହ କିଲୋମିଟରକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯାଇଛନ୍ତି। ଏହାସହ କହିଛନ୍ତି, ଖାଦ୍ୟ ଖାଇବାକୁ ଇଚ୍ଛା ଓ ଯଥେଷ୍ଟ ଟଙ୍କା ଥିଲେ ଏପରି କରିବା ସମ୍ଭବ ହୋଇଥାଏ।
ବ୍ୟକ୍ତି ଜଣଙ୍କ ବର୍ଗର ଖାଇବା ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ଗର ଖାଇବାକୁ ସ୍ୱତନ୍ତ୍ର ରେସ୍ତୋରାଁ (ମ୍ୟାକଡୋନାଲ୍ଡ )ଯିବାକୁ ୨ ଘଣ୍ଟା ପାଇଁ ହେଲିକପ୍ଟର ବୁକ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣଙ୍କ ଛୁଟି ବିତାଇବାକୁ ଯାଇଥିବା ବେଳେ ସ୍ଥାନୀୟ ଖାଦ୍ୟକୁ ବିଶେଷ ପସନ୍ଦ କରିନଥିଲେ। ତେଣୁ ବର୍ଗର ଖାଇବାକୁ ମ୍ୟାକଡୋନାଲ୍ଡ ଯିବାକୁ ଇଚ୍ଛା କଲେ। ମାତ୍ର ତାହା ୩୬୨ କିଲୋମିଟର ଦୂରରେ ଥିବା ହେତୁ ବ୍ୟକ୍ତି ଜଣଙ୍କ ନିଜ ଇଚ୍ଛା ପୂରଣ କରିବାକୁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟର ବୁକ କରି ବର୍ଗର ଖାଇବାକୁ ଯାଇଥିଲେ।
ବ୍ୟକ୍ତି ଜଣଙ୍କ ଖାଇଥିବା ବର୍ଗର ମୂଲ୍ୟ ୪୯ ପାଉଣ୍ଡ ଅର୍ଥାତ ୪୯୦୦ ଟଙ୍କା। ମାତ୍ର ଏହାକୁ ଖାଇବାକୁ ସେ ୨,୦୦୦ ପାଉଣ୍ଡ ଅର୍ଥାତ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories