ଭୁବନେଶ୍ଵର, କଟକ ଓ ପୁରୀ ସହର ହେବ ଭିଡ଼ମୁକ୍ତ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵର ସହିତ କଟକ ଏବଂ ପୁରୀ ସହରକୁ ଭିଡ଼ମୁକ୍ତ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଆଇନ ତଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଭୁବନେଶ୍ଵର ସହରକୁ ଭିଡ଼ମୁକ୍ତ କରିବା ଲାଗି ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି କଟକରେ ୩୫୦୦ କୋଟି ଖର୍ଚ୍ଚ ହେବ। ଏହି ୩ ସହର କିପରି ‘ଏ’ ଶ୍ରେଣୀର ସହର ଭାବେ ପରିଚିତ ହେବେ ସେ ଦିଗରେ ଉଦ୍ୟମ କରାଯିବ। ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଥିବା ସବୁ ରାସ୍ତାଘାଟକୁ ସମତୁଲ କରାଯିବ ବୋଲି ମନ୍ତ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଭୁବନେଶ୍ଵର, ପୁରୀ ଏବଂ କଟକ ସହରରେ ପ୍ରତ୍ୟହ ଭିଡ଼ ଲାଗି ରହୁଛି। ବିଶେଷକରି ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଜାମ ରହୁଥିବାରୁ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭିଡ଼ ଭିତରେ ଅନେକ ସମୟରେ ଆମ୍ବୁଲାନ୍ସ ଫଶି ରହୁଛି। ଭୁବନେଶ୍ଵର ଏବଂ କଟକରେ ଏହି ସମସ୍ୟା ସର୍ବାଧିକ ଲାଗି ରହୁଛି।
Comments are closed.