www.samajalive.in
Saturday, December 6, 2025
14.1 C
Bhubaneswar

୨୫ ଦିନରେ ଭାରତ-ଚୀନ ସୀମା ବିବାଦ : ଅସ୍ତ୍ରଶସ୍ତ୍ର ପରିବହନ ଅବ୍ୟାହତ

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ଦେଖାଯାଇଥିବା ସୀମା ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଚୀନର କୋହଳ ଆଭିମୁଖ୍ୟ ସତ୍ତ୍ବେ ବିବାଦ ଥମି ନାହିଁ। ଫଳରେ ଦୁଇଦେଶର ସୀମାନ୍ତ ସାମରିକ ଘାଟି ନିକଟକୁ ଅସ୍ତ୍ରଶସ୍ତ୍ର ପରିବହନ ଅବ୍ୟାହତ ରଖିଛନ୍ତି। ରବିବାର ଭାରତ ସେନା ସୂତ୍ରୁରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଏହି ବିବାଦୀୟ ଅଞ୍ଚଳ ନିକଟକୁ ଉଭୟ ପକ୍ଷରୁ ଅସ୍ତ୍ରଶସ୍ତ୍ର ପରିବହନ କରାଯାଉଛି। ଏହି ସୀମା ବିବାଦ ୨୫ଦିନରେ ପହଞ୍ଚିଛି। ବିବାଦକୁ ସମାଧାନ ପାଇଁ ଦୁଇଦେଶ ସାମରିକ ଓ କୂଟନୈତିକସ୍ତରରେ କଥାବାର୍ତ୍ତା ଜାରି ରଖିଥିଲେ ମଧ୍ୟ ଏହାର ସମାଧାନ ହୋଇପାରି ନାହିଁ। ଭାରତ ବାୟୁସେନା ପକ୍ଷରୁ ଏହି ବିବାଦୀୟ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଇଛି। ଲଦାଖର ପୋଙ୍ଗଓଙ୍ଗ ସୋ ଓ ଗଲୱାନ ଉପତ୍ୟକା ଅଞ୍ଚଳରେ ବିବାଦ ଦେଖାଯାଇଛି। ବିବାଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦୁଇଦେଶ ଉଦ୍ୟମ କରିଛନ୍ତି। ଆମେରିକା ଏହି ବିବାଦରେ ହସ୍ତକ୍ଷେପ ପାଇଁ ପ୍ରସ୍ତାବ ଦେଇଥିବାବେଳେ ଉଭୟ ଏହାକୁ ଅଗ୍ରାହ୍ୟ କରିଛନ୍ତି। ୨୦୧୭ରେ ସିକିମ୍‌ର ​‌େ​‌ଡାକଲାମରେ ଦେଖାଦେଇଥିବା ସୀମା ବିବାଦ ୭୩ଦିନ ଲାଗି ରହିଥିଲା। ପରେ ଏହା ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories