www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ ପ୍ରଭାବ: ୨ ମାସରେ ୧୫ ଲକ୍ଷ କୋଟି ଟଙ୍କା ବ୍ୟବସାୟିକ କ୍ଷତି

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଜନିତ ତାଲାବନ୍ଦ ସମୁଦାୟ ଅର୍ଥନୀତି ଉପରେ ସାଂଘାତିକ ପ୍ରତିକୂଳ ପ୍ରଭାବ ପକାଇଛି। ବିିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତାଲାବନ୍ଦ କଟକଣା ଜାରି କରାଯିବା ଦ୍ୱାରା ଦେଶରେ ୬୦ ଦିନ ମଧ୍ୟରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କ୍ଷତି ହୋଇଥିବା ଦେଶର ଶିଳ୍ପ ସଂଗଠନ କନଫେଡେରେସନ ଅଫ ଅଲ୍‍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କୁହାଯାଇଛି। ଏହା କହିଛି ଯେ ଦେଶବ୍ୟାପୀ ବୃହତ, ମଧ୍ୟମ ଓ କ୍ଷୁଦ୍ର ବ୍ୟବସାୟୀ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କର ଦୋକାନ ଭଡା, କର୍ମଚାରୀଙ୍କ ଖର୍ଚ୍ଚ, ବିଦ୍ୟୁତ ଖର୍ଚ୍ଚ ଆଦି ମଧ୍ୟ ସେମାନେ ଦେଇପାରୁନଥିବା ଜଣାଯାଇଛି। ପରିସ୍ଥିତି ଅଧିକ ଜଟିଳ ହେଲେ ସେମାନେ କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହେବ ଏବଂ ଏହା ଦେଶରେ ବେକାରୀ ସମସ୍ୟା ବହୁଗୁଣ ବୃଦ୍ଧିକରିବା ନିଶ୍ଚିତ ହୋଇଛି।

ସିଏଆିଟିର ରାଷ୍ଟ୍ରୀୟ ସଭାପତି ବି ସି ଭରତିଆ କହିଛନ୍ତି, ଦେଶର ପ୍ରାୟ ୮ କୋଟି କ୍ଷୁଦ୍ର ବ୍ୟବସାୟୀ ରହିଛନ୍ତି, ଯେଉଁମାନେ ବିଭିନ୍ନ ସାମଗ୍ରୀର କାରବାର କରିଥାନ୍ତି। ସେମାନେ ପ୍ରାୟ ୪୦ କୋଟି ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେଇଛନ୍ତି। ଏବେ ଏହି କର୍ମଚାରୀଙ୍କ ଭାଗ୍ୟ ଅନିଶ୍ଚିତ ହୋଇପଡିଛି। ସିଏଆଇଟିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଦେଶରେ ଦୁଇମାସ ମଧ୍ୟରେ ହୋଇଥିବା ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ମଧ୍ୟରେ ରିଟେଲ ଫର୍ମାଟର କ୍ଷତି ପରିମାଣ ପ୍ରାୟ ୯ ଲକ୍ଷ କୋଟି। ସେହିଭଳି ପାଇକାରୀ ବ୍ୟବସାୟୀମାନେ ପାଖାପାଖି ୬ ଲକ୍ଷ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛନ୍ତି। ମହାରାଷ୍ଟ୍ରରେ ବ୍ୟବସାୟୀମାନେ ସର୍ବାଧିକ ୧.୫ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବାବେଳେ ଦିଲ୍ଲୀରେ ୪୦  ହଜାର କୋଟି, ଗୁଜରାଟ ୭୫ ହଜାର କୋଟି, ଉତ୍ତରପ୍ରଦେଶ ୮୫ ହଜାର କୋଟି, ମଧ୍ୟପ୍ରଦେଶ ୪୫ ହଜାର କୋଟି, ରାଜସ୍ଥାନ ୩୫ ହଜାର କୋଟି, ଛତିଶଗଡ ୨୭ ହଜାର କୋଟି ଟଙ୍କା, କର୍ଣ୍ଣାଟକ ୭୦ ହଜାର କୋଟି ଏବଂ ତାମିଲନାଡୁରେ ବ୍ୟବସାୟୀ ୮୦ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories